‘ଗୋବିନ୍ଦ ମଲାନି ଯେ ମମିତା ମାମଲା ସରକାରୀ ଖାତାରୁ ହଟିଗଲା’ ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । 

225

କନକ ବ୍ୟୁରୋ: ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ପ୍ରେସମିଟ କରି ଦଳ ସରକାରଙ୍କ ଉପରେ ବର୍ଷିଛି । ଦଳ ପକ୍ଷରୁ କୁହାଯାଇଛି ଆତ୍ମହତ୍ୟା ପାଇଁ ଗୋବିନ୍ଦ ଉପରେ ଚାପ ରହିଥିଲା । ମନ୍ତ୍ରୀ ଓ ନେତାଙ୍କ ପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ଯିଏ ନରମ ପଡିଲା ତା ଉପରେ ଗରମ ପଡିଲା । ଗୋବିନ୍ଦଙ୍କ ମୃତ୍ୟୁ ହେଲାନି ଯେ ମମିତା ହତ୍ୟାକାଣ୍ଡ ସରକାରୀ ଖାତାରୁ ହଟିଗଲା । ପୂର୍ବରୁ ଇତିଶ୍ରୀ, ବେବିନା ଭଳି ଖବରକୁ ଚାପି ଦିଆଯାଇଛି । ଆଜି ସେହିଭଳି ମମିତା ଘଟଣା ମଧ୍ୟ ଚାପି ଦିଆଯିବ ।

ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏ ସରକାରରେ ଯିଏ ଅଘଟଣ ଘଟାଇବ ତାକୁ ସବୁ ନ୍ୟାୟିକ ସାହାର୍ଯ୍ୟ ମିଳିବ । ଯାହା ମାଧ୍ୟମରେ କରାଯିବ ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯିବ । ଆଜି ଗୋବିନ୍ଦ ସାହୁଙ୍କ ପାଖରେ ସମସ୍ତ ତଥ୍ୟ ଥିଲା ବୋଲି ତାଙ୍କୁ ବାଧ୍ୟ କରାଗଲା ଆତ୍ମହତ୍ୟା କରିବା ପାଇଁ । ଆଜି ଗୋବିନ୍ଦ ସାହୁ ମରିଗଲେନି ଯେ ଦିବ୍ୟଶଙ୍କର ମିଶ୍ର କ୍ଲିନଚିଟ ହୋଇଗଲେ । ଏ ହେଉଛି ଏହି ସରକାରର ଜ୍ୱଳନ୍ତ ଉଦାହରଣ । ଯାହା ପାଖରେ ସତ ଆଉ ତଥ୍ୟ ଅଛି ତାକୁ ବାଧ୍ୟ କରାଯିବ ଆତ୍ମହତ୍ୟା କରିବା ପାଇଁ ।