ଅବସର ପରେ ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ । ଢୋଲ ମାଦଳ ବଜାଇ ଗାଁକୁ ପାଛୋଟି ନେଲେ ଗ୍ରାମବାସୀ ।

143

କନକ ବ୍ୟୁରୋ: ଭାରତୀୟ ସେନାରେ ସଫଳତାର ସହ ସେବା କରିବା ପରେ ବିହାର ରେଜିମେଣ୍ଟର ସିପାହୀ ହୃଷିକେଶ କିସାନ ଘରକୁ ଫେରିଛନ୍ତି । ଦେଶ ମାତୃକାର ସେବା କରି ସେ ଗାଁକୁ ଫରିବା ପରେ ଗ୍ରାମବାସୀ ଭାବବିହ୍ୱଳ ହୋଇଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ହାତରେ ଜାତୀୟ ପତାକା ଧରି ବୀର ଯବାନ ହୃଷିକେଶଙ୍କୁ ଢୋଲ ମାଦଳ ବଜାଇ ସ୍ୱାଗତ କରାଯାଇଛି । ଏପରିକି ଏକ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଇଛନ୍ତି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଝରାଗୋଗୁଆ ପଞ୍ଚାୟତ କିସାନ ସାହିର ଲୋକେ । ବୀର ଯବାନଙ୍କ ପ୍ରତି ଗ୍ରାମବାସୀଙ୍କ ଏପରି ସମ୍ମାନ ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଅନ୍ୟପଟେ ଏଭଳି ସ୍ୱାଗତ ଅଭ୍ୟର୍ଥନାରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ଅଞ୍ଚଳର ଯୁବପିଢି ଆଗାମୀ ସମୟରେ ଭାରତୀୟ ସେନାରେ ନିଜକୁ ସାମିଲ କରିବାକୁ ଆଗ୍ରହୀ ହେବେ ବୋଲି ଗ୍ରାମବାସୀ ଆଶାପ୍ରକଟ କରିଛନ୍ତି । ହୃଷିକେଶ କିସାନ ୨୦୦୧ ମସିହାରେ ଭାରତୀୟ ସେନାରେ ବାହିନୀ ବିହାର ରେଜିମେଣ୍ଟର ସିପାହୀ ଭାବେ ଯୋଗ ଦେଇଥିଲେ ।