କେନ୍ଦ୍ରୀୟ ଯୋଜନାରେ ନବରଙ୍ଗପୁର ଜିଲ୍ଲାର କେତେ ଚାଷୀ ଉପକୃତ ହେଉଛନ୍ତି, ପ୍ରଶାସନ ପାଖରେ ନାହିଁ ତଥ୍ୟ : ସମୀକ୍ଷା ପରେ ଅସନ୍ତୋଷ ଝାଡ଼ିଲେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ

79

କନକ ବ୍ୟୁରୋ : ଚାଷୀଙ୍କ ସମ୍ପର୍କରେ ସଠିକ ତଥ୍ୟ ମିଳିଲା ନାହିଁ ବୋଲି ଅସନ୍ତୋଷ ହେଲେ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ କେତେ ଚାଷୀ ଉପକୃତ ହେଉଛନ୍ତି , ଏହାର ତଥ୍ୟ ଜିଲ୍ଲା ପ୍ରଶାସନ କିମ୍ବା କୃଷି ବିଭାଗ ନିକଟରେ ନାହିଁ । ଏଭଳି ଉତର ମିଳିବା ପରେ ଅସନ୍ତୋଷ ହୋଇଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ତୁରନ୍ତ କୃଷି ବିଭାଗ କର୍ମଚାରୀ ଗାଁ ଗାଁ ବୁଲି ଚାଷୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଗତକାଲି ସମୀକ୍ଷା ବୈଠକ କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ସାମିଲ ଚାଷୀଙ୍କ ସଂଖ୍ୟା ଜାଣିବାକୁ ଚାହିଁଥିଲେ । ମାତ୍ର କୃଷି ବିଭାଭଗ ପକ୍ଷରୁ ତଥ୍ୟ ଦିଆଯାଇନଥିଲା । ଫଳରେ ଅସନ୍ତୋଷ ପ୍ରକାଶ କରିଥିଲେ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ସେହିପରି ବହୁ ହିତାଧିକାରୀ ମାସ ମାସ ଧରି ଭତା ପାଉ ନଥିବା ଅଭିଯୋଗ ଶୁଣିବାକୁ ପାଇଛନ୍ତି ।

ତେଣୁ ବ୍ୟାଙ୍କ ସହ ଲିଙ୍କ ହେବା ପୂର୍ବରୁ କେତେ ଜଣ ଭତା ପାଉଥିଲେ ଏବଂ ବର୍ତ୍ତମାନ କେତେ ପାଉଛନ୍ତି , କେତେ ଜଣ ଭତାରୁ ବଂଚିତ ଅଛନ୍ତି ହୋଇଛନ୍ତି ତାହାର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ଶିକ୍ଷା ,ସ୍ୱାସ୍ଥ୍ୟ , ପାନୀୟ ଜଳ ପରି ଯୋଜନା , ସାମାଜିକ ମଙ୍ଗଳ , ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସମୀକ୍ଷା ହୋଇଥିଲା ।