ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଲୋକସଭାରେ ବିର୍ତକ: ଆଲୋଚନାରେ ସାମିଲ ହୋଇ ସୋନିଆ ଗାନ୍ଧୀ କହିଲେ, ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି କଂଗ୍ରେସ

105

କନକ ବ୍ୟୁରୋ: ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ଜାରି ରହିଛି ବିତର୍କ । ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ହେଲେ ଏହା ଭିତରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବି କରିଛନ୍ତି ସୋନିଆ । ସେ କହିଛନ୍ତି, ଏତେ ବର୍ଷ ଧରି ମହିଳାମାନେ ରାଜନୈତିକ ନେତୃତ୍ୱ ନେବାକୁ ଅପେକ୍ଷା କରି ରହିଛନ୍ତି । ଏବେ ସେମାନଙ୍କୁ ଆହୁରି କାହିଁକି ଅପେକ୍ଷା କରିବାକୁ ପଡିବ । ଯଦି ବିଲ ଆଣୁଛ ତାହାଲେ ତୁରନ୍ତ ଲାଗୁ କରିବାକୁ ଅପିଲ କରିଛନ୍ତି ସୋନିଆ । ସୂଚନା ଅନୁସାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଇନରେ ପରିଣତ ହେଲେ ବି ଏହା ତୁରନ୍ତ ଲାଗୁ ହେବ ନାହିଁ । ଆଗାମୀ ଜନଗଣନା ପରେ ୨୦୨୬ରୁ ଏହା ଲାଗୁ କରାଯାଇପାରେ ବୋଲି କୁହାଯାଉଛି ।