ଆସନ୍ତା ୨୬ ତାରିଖରୁ ଜୋରଦାର ହେବ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ । ବିଶାଳ ଅଧିବେଶନ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

178

କନକ ବ୍ୟୁରୋ : ୨୬ ତାରିଖରୁ ପୁଣିଥରେ ଧାରଣାକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ । ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବିଶାଳ ସମାବେଶ ଆୟୋଜନ କରିବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା । ଗତ ଆଠ ତାରିଖରୁ ଶିକ୍ଷକ ସଂଘ ସମୂହ ଛୁଟିରେ ଥିଲେ । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଆମର ତିନି ଦଫା ଦାବିକୁ ପୂରଣ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରାଯାଇଥିଲା  । ଏହାପରେ ଦୁଇ, ତିନୋଟି ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିଲେ । କିନ୍ତୁ ଅନ୍ୟ ସମସ୍ତ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି । ଏବେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚାଲିଛି । ଆସନ୍ତା ୨୬ ତାରିଖରୁ ବିଶାଳ ଅଧିବେଶନ କରିବ ପ୍ରାଥମିକ ଶିକ୍ଷକ ସଂଘ । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ହେବ ସେଥିରେ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ।