ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣା । ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

337

କନକ ବ୍ୟୁରୋ : ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହିତ ଆହତ ଛାତ୍ର ମାନଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ଲେଖାଏଁ ସହାୟତା ମଧ୍ୟ ଘୋଷଣା କରିଛନ୍ତି । ଏହାସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।