ଶିଶୁଙ୍କ ପାଇଁ ଘାତକ ଏଚ୩ଏନ୨! ପୁଡୁଚେରୀରେ ସ୍କୁଲ ବନ୍ଦ ପାଇଁ ଘୋଷଣା

838

କନକ ବ୍ୟୁରୋ: ଥଣ୍ଡା, ଜ୍ୱର, କାଶକୁ ନେଇ ଚିନ୍ତା ଭିତରେ ଏକ ଭୟ ବଢ଼ାଇବା ଭଳି ଖବର ସାମ୍ନାକୁ ଆସିଛି । ଏଚ୩ଏନ୨ ଅଧିକ ଶିଶୁ ସ୍ରଂକମିତ ହୋଇ ହସ୍ପିଟାଲରେ ଭର୍ତି ହେବା ଖବର ଆସିବା ପରେ, ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି ପୁଡୁଚେରୀ ସରକାର । ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଘୋଷଣା କରିଛନ୍ତି ପୁଡୁଚେରୀ ଶିକ୍ଷାମନ୍ତ୍ରୀ । ଯାହା ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଚ୩ଏନ ୨ ପାଂଚ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଏହା ଅଧିକ ବିପଦ ହୋଇପାରେ । କାରଣ..

ଶିଶୁଙ୍କ ପାଇଁ ଘାତକ ଏଚ୩ଏନ୨!
– ୫ ବର୍ଷରୁ କମ୍ ବୟସର ପିଲା ଅଧିକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତିି ହେଉଛନ୍ତି
– ପିଲାଙ୍କ କ୍ଷେତ୍ରରେ କାମ ଦେଉନି ଔଷଧ ଓ ଆଂଟିବାୟୋଟିକ୍
— ଆଇସିୟୁରେ ଭର୍ତ୍ତି ହୋଇଥିବା ଅଧିକାଂଶ ପିଲାଙ୍କ ବୟସ ୫ ବର୍ଷରୁ କମ୍
– ପିଲାଙ୍କ କ୍ଷେତ୍ରରେ କାଶ ଓ ଜ୍ୱର ଲାଗିରହୁଛି
– ଦୀର୍ଘଦିନ ଧରି ଲାଗିରହୁଛି ନିମୋନିଆ ଭଳି ଲକ୍ଷଣ
– କିଛି କ୍ଷେତ୍ରରେ ଆବଶ୍ୟକ ହେଉଛି ଭେଂଟିଲେଟର ସପୋର୍ଟ
– ସ୍କୁଲ ଯାଉନଥିବା ପିଲା ମଧ୍ୟ ଏଚ୩ଏନ୨ ଭାଇରସରେ ହେଉଛନ୍ତି ଆକ୍ରାନ୍ତ

ଯଦିଓ ରାଜ୍ୟରେ ସେଭଳି ମାମଲା ସାମନାକୁ ଆସିନାହିଁ, କିନ୍ତୁ ସର୍ବଭାରତୀୟ ସ୍ତରରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ । ଏସବୁ ଭିତରେ ବିଶେଷଜ୍ଞ ଆକଳନ ଭୟ ବଢ଼ାଇଛି । ବିଶେଷଜ୍ଞ ମତ ଅନୁସାରେ ଜୁନ୍ ଜୁଲାଇ ବେଳକୁ ଇନପ୍ଲୁଏଞ୍ଜାର ଆଉ ଏକ ବଡ ଲହର ଆସିପାରେ । ସେହିି ଲହର ଆସିଲେ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।

ଏସବୁ ଭିତରେ ଦେଶରେ ଇନଫ୍ଲୁଏଞ୍ଜା ଜନିତ ମୃତ୍ୟୁ ସଂଖ୍ୟା ସାରାଦେଶରେ ୮ରେ ପହଁଚିଛି । ପୂର୍ବରୁ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ବୁଧବାର ମହାରାଷ୍ଟ୍ରରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ମହାରାଷ୍ଟ୍ରରେ ହୋଇଥିବା ମୃତ୍ୟୁ ଇନଫ୍ଲୁଏଞ୍ଜା ଜନିତ କି ନୁହେଁ ତାହା ସରକାର ସ୍ପଷ୍ଟ କରି ନାହାଁନ୍ତି । ଅନ୍ୟପଟେ ଏଚ୩ଏନ୨ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢି ବଢ଼ି ଚାଲିଥିବାରୁ ଭୟ ବଢ଼ୁଛି ।