ସ୍ୱାମୀ କରୁଥିଲା ଦୁଷ୍କର୍ମ, ସ୍ତ୍ରୀ କରୁଥିଲା ସୁଟିଂ: ପ୍ରତିଶୋଧ ପାଇଁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ!

261

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏହି କାହାଣୀର ଚିତ୍ର ଏତେ ଭୟଙ୍କର ଯେ, ଯାହାର ଚିତ୍ର ସାମ୍ବାଦିକ ଭାବେ ଆମେ ଦେଖାଇପାରିବୁ ନା’ ସଭ୍ୟ ସମାଜ ଏହାକୁ ଗ୍ରହଣ କରିପାରିବ । ଅଭିଯୋଗ ଅନୁସାରେ- ୫ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ସ୍ୱାମୀ, ଆଉ ଏହି ଘୃଣ୍ୟ ମୁହୁର୍ତକୁ ମୋବାଇଲ କ୍ୟାମେରାରେ କଏଦ କରୁଥିଲେ ସ୍ତ୍ରୀ । ପ୍ରତିଶୋଧ ନେବା ପାଇଁ ବିଶ୍ୱାସରେ ବିଷ ଦେଇ, ଜଣେ ଗର୍ଭବତୀଙ୍କୁ ଦୁଷ୍କର୍ମ କରଯାଇଥିବା ଅଭିଯୋଗ ହୋଇଛି ।
ଲୋଲିଆ ରଞ୍ଜିକର । ଯିଏ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପଦ୍ମା ରଞ୍ଜିପର । ସେ ଅଭିଯୁକ୍ତଙ୍କ ସ୍ତ୍ରୀର ପରିଚୟ । ଏହି ଦୁଇ ଜଣ ଚକ୍ରାନ୍ତ କରି, ପୀଡ଼ିତାକୁ ନବରଙ୍ଗପୁର ନେଇ ଯାଇଥିଲେ । ଆଉ ସେଠି ପ୍ରତିଶୋଧ ନେବା ପାଇଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଯଦିଓ ଏହି ଦୁଷ୍କର୍ମ ପାଇଁ କେଉଁ ଘଟଣାର ପ୍ରତିଶୋଧ ପାଇଁ ନିଆଯାଇଥିଲା, ତାହା ବିଧିବଦ୍ଧ ଭାବେ ସ୍ପଷ୍ଟ ହୋଇନଥିଲେ ବି ପ୍ରତିଶୋଧର ଗୋଟିଏ କାରଣକୁ ନେଇ ଏବେ ଚର୍ଚ୍ଚା ହେଉଛି । କୁହାଯାଉଛି, ପୀଡ଼ିତାଙ୍କ ସ୍ୱାମୀ ବହୁ ଦିନ ପୂର୍ବରୁ କୁଆଡେ ଏହି ଆଶାକର୍ମୀଙ୍କୁ ଅଭଦ୍ର ବ୍ୟବହାର କରିଥିଲେ । ଏହି ଘଟଣାରେ ରାଗି ଯାଇ, ସ୍ୱାମୀଙ୍କ ସହ ମିଶି, ପ୍ରତିଶୋଧ ନେବା ପାଇଁ ଦୁଷ୍କର୍ମ କରିଥିବା ଚର୍ଚ୍ଚା ହେଉଛି ।

ଅଭିଯୁକ୍ତର ସ୍ତ୍ରୀ ପଦ୍ମା ରଞ୍ଜିକର ଆଶା କର୍ମୀ ହୋଇଥିବାରୁ ସ୍ୱାସ୍ଥ୍ୟ ଯାଂଚ ଆଳରେ ପୀଡ଼ିତାଙ୍କ ଘରକୁ ଯାଇଥିଲେ । ଆଉ ତାଙ୍କୁ ସ୍ୱାସ୍ଥ୍ୟ ଯାଂଚ ପାଇଁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ଯିବା ପାଇଁ କହିଥଲେ । ସ୍ୱାସ୍ଥ୍ୟକର୍ମୀ ହୋଇଥିବାରୁ ପୀଡ଼ିତାଙ୍କ କୌଣସି ସନ୍ଦେହ ହୋଇନଥିଲା । ତେବେ ନବରଙ୍ଗପୁର ଯିବା ବାଟରେ ଅଚାନକ୍ ପୀଡ଼ିତାକୁ ବରଗାଁ ଛକରେ ଓହ୍ଲାଇବାକୁ କହିଥିଲେ ଆଶାକର୍ମୀ । ଆଉ ସେଠି ଛକିଥିଲେ ଅଭିଯୁକ୍ତ ଲୋଲିଆ । ବାଇକ୍୍ରେ ଉଭୟଙ୍କୁ ନବରଙ୍ଗପୁରର ଜଣେ ସମ୍ପକୀୟଙ୍କ ଘରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।