ଦଶରଥପୁର ନନ୍ଦୀପୁର ସରକାରୀ ସ୍କୁଲ ଶିକ୍ଷକଙ୍କ ବଦଳିକୁ ବିରୋଧ। ଆକ୍ରୋଶମୂଳକ ବଦଳି କରାଯାଇଥିବା ଅଭିଯୋଗ କଲେ ଶିକ୍ଷକ।

56

କନକ ବ୍ୟୁରୋ: ଶିକ୍ଷକଙ୍କ ବଦଳିକୁ ବିରୋଧ । ରାସ୍ତାରୋକ କଲେ ଛାତଛାତ୍ରୀ । ଏହି ଦୃଶ୍ୟ ଦେନଖିବାକୁ ମିିଳିଛି ଯାଜପୁର ଜିଲ୍ଲା ଦଶରଥପୁର ନନ୍ଦୀପୁର ପଞ୍ଚାୟତ ନନ୍ଦିପୁର ସରକାରୀ ଉଚ୍ଚବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷକ ଅଜୟ କୁମାର ବେହେରାଙ୍କୁ ଆକ୍ରୋଶମୂଳକ ଭାବେ ବଦଳି କରାଯାଉଥିବା ଅଭିଯୋଗ ହୋଇଛି । ଯାହାର ପ୍ରତବାଦ କରିଛନ୍ତି ଛାତ୍ରଛାତ୍ରୀ । କିଛି ଲାଞ୍ଚ କାରବାରକୁ ବିରୋଧ କରିଥିବାରୁ ତାଙ୍କର ସୁକିନ୍ଦା ବଦଳି କରିଦିଆଯାଇଛି । ନିଜେ ଖୋଦ୍ ପ୍ରଧାନ ଶିକ୍ଷକ ଅଜୟ କୁମାର ଏହି ଅଭିଯୋଗ କରିଛନ୍ତି । ରାଜନୈତିକ ଆକ୍ରୋଶ ଯୋଗୁ ତାଙ୍କୁ ଏହିଭଳି ବଦଳି କରାଯାଉଥିବା ସେ କହିଛନ୍ତି ।