ରୋଗୀଙ୍କ ଚିକିତ୍ସା କରି ଚର୍ଚ୍ଚାରେ ଡାକ୍ତର। ବିନା ପଇସାରେ ଟ୍ରଲି ଉପରେ ଚିକିତ୍ସା କରି ମାନସିକ ରୋଗୀକୁ କଲେ ସୁସ୍ଥ।

71

କନକ ବ୍ୟୁରୋ: ଜଣେ ମାନସିକ ରୋଗୀଙ୍କ ଚିକିତ୍ସା କରି ଚର୍ଚ୍ଚାରେ ଡାକ୍ତର । ଚିକିତ୍ସା କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରୁବୁଲୁଛି । ଆଉ ଡାକ୍ତରଙ୍କ ଏହି କାମ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶାଂସା ମିଳୁଛି । ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଡାକ୍ତର ସୂର୍ଯ୍ୟାସ୍ତ ସିଂ । ଜଣେ ମାନସିକ ରୋଗୀଙ୍କୁ କରିଛନ୍ତି ଚିକିତ୍ସା ତାପୁଣି ଟ୍ରଲି ଉପରେ । ଗୋଡହାତ ଖଣ୍ଡିଆ ଖାବରା ହୋଇ ଘା’ହୋଇଯାଇଛି । ରୋଗଗ୍ରସ୍ତ ହୋଇପଡ଼ିଥିବା ଏହି ଅସହାୟ ମାନସିକ ରୋଗୀ ଜଣକ ଚିକିତ୍ସା ପାଇଁ ବହୁ ମେଡିକାଲ ଯାଇ ଫେରିଛନ୍ତି । କୌଣସି ଡାକ୍ତର ତାଙ୍କର ଚିକିତ୍ସା ନକରାଇ ଫେରାଇ ଦେଇଥିଲେ । ଅଭାବ ଅନଟନ ଭିତରେ ବଞ୍ଚୁଥିବା ପରିବାର ପାଖରେ ଅର୍ଥ ନାହିଁ ବଡମେଡିକାଲ ଯିବାପାଇଁ । ଯାହା ଫଳରେ ଚିକିତ୍ସା ନପାଇ ରୋଗୀ ଜଣକ ଅସହାୟ ହୋଇପଡ଼ିଥିଲେ । ମାନସିକ ରୋଗୀ ହୋଇଥିବାରୁ ଡାକ୍ତରଖାନା ବେଡରେ ଚିକିତ୍ସା କରାଇବା ସମ୍ଭବ ନଥିଲା । ଯାହା ପାଇଁ ଡାକ୍ତର ସୂର୍ଯ୍ୟାସ୍ତ ରୋଗୀ ଜଣଙ୍କୁ ଟ୍ରଲିରେ ପକାଇ ବାହାରେ ଚିକିତ୍ସା କରାଇଥିଲେ । ରୋଗୀ ଜଣକ ମଧ୍ୟ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି । ସବୁଠୁ ବଡ଼ କଥା ହେଲା ଡାକ୍ତର ନିଜେ ଯାଇ ରୋଗୀଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ ।