ହଜିଯାଉଛି ପାରମ୍ପରିକ ଲୋକକଳା। ଅସ୍ତରଙ୍ଗରେ ଦୁର୍ଦ୍ଦିନରେ ଧୁଡୁକି କଳାକାର।

60

କନକ ବ୍ୟୁରୋ: ଦିନକୁ ଦିନ ହଜିଯାଉଛି ପାରମ୍ପରିକ ଲୋକକଳା । ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ଧୁଡ଼ୁକି କଳାକାର । ଓଡ଼ିଶାର ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ଲୋକକଳା ଦାସକାଠିଆ, କେନ୍ଦରା, ପାଲା, ଘୋଡ଼ାନାଚ ପରି ଧୁଡ଼ୁକି ମଧ୍ୟ ହଜିବାକୁ ବସିଛି  । ଆଧୁନିକତା ବାଦ୍ୟଯନ୍ତ୍ରକୁ ଯୁବପୀଢି ଆପଣାଉଥିବା ବେଳେ ଏହି ପାରମ୍ପରିକ ଲୋକକଳା ଏବେ ହଜିଯିବାକୁ ବସିଛି । ଯାହା ପାଇଁ ପ୍ରଭାବିତ ହୋଇଛି କଳାକାର । କିଛି କଳାକାର ଧୁଡୁକି ମାଧ୍ୟମରେ ଗୁଜୁରାଣ ମେଣ୍ଟାଇବା ପାଇଁ ଭିକ୍ଷାବୃତିକୁ ବି ଆପେଣଇ ନେଇଛନ୍ତି । କିଭଳି ସେମାନଙ୍କ ଜୀବନ ଜୀବିକା ରହିବ ସେ ନେଇ ଏବେ କଳାକାରଟିଏ ଚିନ୍ତାରେ ପଡିଯାଇଛି ।