ଦାମଙ୍କ ଦଳକୁ ମିଳିବ କେଉଁ ଚିହ୍ନ ? ଦିଲ୍ଲୀ ଯାଇ ନିର୍ବାଚନ କମିଶନଙ୍କୁ ଭେଟିଲେ ଅନୁଗତ ।

ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମ ରାଉତ ।

1,052

କନକ ବୁରୋ: ଦଳ ପାଇଁ ଚିହ୍ନ ଖୋଜୁଛନ୍ତି ପାରାଦୀପର ଟାଣୁଆ ନେତା ଦାମ ରାଉତ । ଗତକିଛି ଦିନ ତଳେ ନୂଆ ଦଳ ନେଇ ଦାମ ରାଉତ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଏବଂ ଦଳରେ କିଏ କିଏ ରହିବେ ସେନେଇ କିଛି ବିଦ୍ଧିବଧଭାବେ କହିନଥିଲେ ମଧ୍ୟ ଦଳରୁ ବହିଷ୍କୃତ ହୋଇଥିବା କିଛି ନେତା ଏବଂ ବିଜୁ ଅନୁଗତମାନେ ଏହି ଦଳର ସେନାଭାର ସମ୍ଭାଳିବେ ବୋଲି ଦାମଙ୍କ ବୟାନରୁ ବାରି ହୋଇପଡ଼ୁଛି । ତେବେ ନୀର୍ବାଚନକୁ ଆଉମାତ୍ର କିଛି ମାସ ବାକିଥିବା ବେଳେ ଖୁବ୍ ଶୀଘ୍ର ଦାମଙ୍କ ନୂଆ ଦଳ ବିଦ୍ଧିବଧଭାବେ ଘୋଷଣା କରାଯିବ ବୋଲି ଦାମ ରାଉତ କହିଛନ୍ତି ।

ଦାମଙ୍କ କହିବା ମୁତାବକ ରାଜ୍ୟରେ ଗୋଟେ ଆଞ୍ଚଳିକ ଦଳ ଗଢ଼ିବା ପାଇଁ ଯେଉଁ ସବୁ ପ୍ରକ୍ରିୟାର ଆବଶ୍ୟକତା ରହିଥାଏ ସେ ସବୁକୁ ନେଇ ନୂଆ ଦଳର କିଛି ଅନୁଗତ ଦିଲ୍ଲୀ ଯାଇଥିଲେ । ଏବଂ ସେଠାରେ ଜାତୀୟ ନିର୍ବାଚନ କମିଶନଙ୍କ ସହ ସମସ୍ତ ଆଲୋଚନା କରିଛନ୍ତି । ଦଳ ପାଇଁ କେଉଁ ଚିହ୍ନ ରହିବ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ କିଛି ଚିହ୍ନକୁ ବଛା ଯାଇଛି । ଦଳର କିଛି ସଦସ୍ୟ ଗତକାଲି ରାତିରେ ଦିଲ୍ଲୀରୁ ଫେରିଛନ୍ତି । ଏନେଇ ଖୁବଶୀଘ୍ର ବୈଠକ ବସିବ ଏବଂ ଦଳର ଚିହ୍ନ ଏବଂ ନାଁ ବିଦ୍ଧିବଧଭାବେ ଘୋଷଣା କରାଯିବ ବୋଲି ଦାମ କହିଛନ୍ତି ।

damaଅନ୍ୟପଟେ ଦାମଙ୍କ ନୂଆ ଦଳରେ ନାଁ ବିଜୁ ବାବୁଙ୍କ ନାରେ ହିଁ ରହିବ ବୋଲି ବାରମ୍ବାର କହୁଛନ୍ତି ଦାମ ରାଉତ । ଏହାସହ ଦାମଙ୍କ ନୂଆଦଳରେ ଅନ୍ୟ କିଛି ଆଞ୍ଚଳିକ ଦଳର କର୍ମକର୍ତ୍ତାମାନେ ଆଲୋଚନା କରିଥିବା କହିଛନ୍ତି ଦାମ । ଯେଉଁମାନେ ବିଜୁଙ୍କ ଅନୁଗତ ଏବଂ ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଛନ୍ତି ସେମାନେ ମଧ୍ୟ ଏହି ଦଳର ସଦସ୍ୟ ଅଛନ୍ତି କହି ସସପେନ୍ସ ବଢ଼ାଇଛନ୍ତି ଦାମ । ତେବେ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଦାମଙ୍କ ନୂଆ ଦଳ ସହ ସାମିଲ ହେବ ବୋଲି କହିଛନ୍ତି ଦାମ । ଆସନ୍ତା ୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜେଡ଼ି ବିରୋଧରେ ଲଢ଼େଇ କରିବ ବୋଲି ଦାମ ପୁଣି ଦମ୍ଭୋକ୍ତି ବାଢ଼ିଛନ୍ତି ।

ତେବେ ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ । ତେବେ ଏହାର କମାଣ୍ଡର ଦାୟିତ୍ୱରେ ବସି ପାରନ୍ତି ଖୋଦ ପାରାଦୀପ ବିଧାୟକ ଦାମ ରାଉତ ବୋଲି ଚର୍ଚ୍ଚା ଜୋରଧରିଛି । ସବୁଠାରୁ ବଡ଼କଥା ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରତିରୋଧ କରିବା ପାଇଁ ଏହି ଦଳ ଗଢ଼ା ହେବ ବୋଲି ପାରାଦୀପ ବିଧାୟକ ଦାମଦୋର ରାଉତ କହିଛନ୍ତି । ଏହାସହ ୧୯୬୯ରେ ବିଜୁ ପଟ୍ଟନାୟକଙ୍କ ନାମରେ ଉତ୍କଳ କଂଗ୍ରେସ ଭଳି ଦଳ ବିଜୁ ଜନତା ଦଳରେ ପରିଣତ ହୋଇ ଯେଉଁଭଳି ତିଷ୍ଠିକି ଅଛି ଆମ ଦଳ କାହିଁ ରହିପାରିବ ନି ବୋଲି ପ୍ରଶ୍ନ କରିଛନ୍ତି ଦାମ । ତେବେ ଆଗକୁ ଦଳର ଚିହ୍ନ ଏବଂ କେବେ ବିଦ୍ଧିବଧଭାବେ ଦାମଙ୍କ ନୂଆ ଦଳ ଘୋଷଣା ହେବ ତାହା ଉପରେ ସମସ୍ତଙ୍କ ନଜର ।