ମାହାଙ୍ଗାରେ ଦାମଙ୍କ ବାଣ । ଚିରାଚରିତ ଢଙ୍ଗରେ କହିଲେ ଆଇନ ତିଆରି ହେଉଛି, କିନ୍ତୁ ରାଜନେତା ଜାଣୁନାହାନ୍ତି। ନବୀନଙ୍କୁ ଭଲ ପାଉଥିଲି, ପରେ ସମ୍ମାନ କମିଗଲା

50

କନକ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ସହ ଥିଲୁ, ଜାତି କଣ, ମାଟି କଣ , ଇତିହାସ କଣ ଆମେ ଜାଣିଥିଲୁ। ଏବେ ଆମେ ହତାଶ। ଅଫିସରଙ୍କୁ ନମସ୍କାର କରିବାକୁ କୁହାଯାଉଛି। ଆଇନ ତିଆରି ହେଉଛି, କିନ୍ତୁ ରାଜନେତା ଜାଣୁନାହାନ୍ତି। ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିଲି। କିନ୍ତୁ ୧୦୦ କୋଟି ଦୁର୍ନୀତି ପ୍ରସଙ୍ଗରେ ମୋ’ କଥାକୁ ହାସ୍ୟାସ୍ପଦ ବୋଲି କହିବା ଦିନଠାରୁ ତାଙ୍କ ପ୍ରତି ସମ୍ମାନ କମିଗଲା।

 

ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ନୁର୍ତ୍ତାଙ୍ଗ ମାରୁତି ମଣ୍ତପଠାରେ ବିରୂପା ସାହିତ୍ୟ ସ˚ସ୍କୃତି ପରିଷଦର ନବମ ବାର୍ଷିକ ଉତ୍ସବ, ଗାନ୍ଧୀ, ଶାସ୍ତ୍ରୀ ଏବଂ ବିଶିଷ୍ଟ ଶିକ୍ଷାଗୁରୁ ବିଶ୍ବନାଥ ବଡପଣ୍ଡା(ବଡମାଷ୍ଟ୍ରେ)ଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ତାଙ୍କର ଚିରାଚରିତ ଢଙ୍ଗରେ ଏ ପ୍ରକାର କଥା କହିଛନ୍ତି। ନିଜ ଭାଷଣ ପ୍ରସଙ୍ଗରେ ବିଜେଡି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଏବଂ ଓଡ଼ିଶା ସରକାରରେ ଅଫିସର ରାଜ୍କୁ ସମାଲୋଚନା କରିଛନ୍ତି। ମାହାଙ୍ଗା ଏକ ସ˚ସ୍କୃତି ସ˚ପନ୍ନ ମାଟି। ଏଠାରେ ରାଜନୀତି ନାମରେ ଅପସ˚ସ୍କୃତି ପ୍ରବେଶ କରିଛି ବୋଲି କହିଛନ୍ତି। ଗତକାଲିର ସଭାକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି।

 

କାରଣ ପାରାଦୀପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ବରେ ଏକ ବଡ଼ ସଭା ହେବା ପରେ ଦାମ ବାବୁ ତାର ଜବାବ ମାହାଙ୍ଗାରେ ଦେବା ପାଇଁ ଏଭଳି ଉଦ୍ୟମ କରିଛନ୍ତି ବୋଲି ଆେଲାଚନା ହେଉଛି। କେବଳ ସେତିକି ନୁହେଁ, ଦାମ ବାବୁଙ୍କ ପାଇଁ ଆଜି େଯଉଁ ବିଶାଳ ରାଲି କରାଯାଇଥିଲା, େସଥିରେ କିଛି ବିଜେପି କର୍ମୀଙ୍କ ଉପସ୍ଥାନକୁ େନଇ ଭିନ୍ନ ଚର୍ଚ୍ଚା ଆରମ୍ଭ େହାଇଛି। ଗତକାଲିର କାର‌୍ୟ୍ୟକ୍ରମରେ େଯାଗଦେବା ପୂର୍ବରୁ ଓସ୍ତମୂଳଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ଦାମ ବାବୁଙ୍କୁ ସମାବେଶସ୍ଥଳ ପର‌୍ୟ୍ୟନ୍ତ ନିଆଯାଇଥିଲା।