ଚିନ୍ତା ବଢାଇଲାଣି ଦିଲ୍ଲୀ ଓ ମୁମ୍ବାଇର ସଂକ୍ରମଣ । ରାଜଧାନୀରେ ଦୈନିକ ସଂକ୍ରମଣ ୩୮ ପ୍ରତିଶତ ବୃଦ୍ଧି 

193

କନକ ବ୍ୟୁରୋ : ଚିନ୍ତା ବଢାଇଲାଣି ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମଣ ବୃଦ୍ଧି । ରାଜଧାନୀ ଦିଲ୍ଲୀରେ ଗତକାଲି ଗୋଟିଏ ଦିନରେ ୨୪୯ ନୂଆ ମାମଲା ଚିହ୍ନଟ ହୋଇଛି । ୬ ମାସରେ ଏହା ଦିଲ୍ଲୀରେ ସର୍ବାଧିକ ସଂକ୍ରମଣ । ଜୁନ୍ ୧୩ ତାରିଖ ପରେ ଏହା ସର୍ବାଧିକ ସଂକ୍ରମଣ ମାମଲା ବୋଲି କୁହାଯାଉଛି । ଦିଲ୍ଲୀରେ ଦୈନିକ ମାମଲା ୩୮ ପ୍ରତିଶତ ବୃଦ୍ଧି ହୋଇଛି ।

ଅନ୍ୟପଟେ ମୁମ୍ବାଇରେ ୭୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ମୁମ୍ବାଇରେ ସଂକ୍ରମଣ ମାମଲା ୧୦ ପ୍ରତିଶତ ବୃଦ୍ଧି ପାଇଛି । ସଂକ୍ରମଣ ବଢୁଥିବାରୁ ମୁମ୍ବାଇରେ କଟକଣା ବଢିଛି । ମୁମ୍ବାଇ ପୌର ନିଗମ ପକ୍ଷରୁ ନୂଆ ବର୍ଷ ପାଳନ ଉପରେ ରୋକ୍ ଲଗାଯାଇଛି । ଏହା ସହ ବର୍ତମାନ ସୁଦ୍ଧା ସହରରେ ୧୭ଟି ବିଲଡିଂକୁ ସିଲ୍ କରାଯାଇ ସାରିଲାଣି ।