ଡାବର ଇଣ୍ଡିଆର ତିନ ସହଯୋଗୀ କମ୍ପାନୀ ନାଁରେ ୟୁଏସ ଓ କାନାଡ଼ାରେ ମାମଲା ରୁଜୁ । ଉତ୍ପାଦକରେ କର୍କଟରୋଗ ସୃଷ୍ଟିକାରୀ ତତ୍ୱ ଥିବା ଅଭିଯୋଗ

257

କନକ ବ୍ୟୁରୋ : ଡାବର ଉତ୍ପାଦକ ବ୍ୟବହାର ଶରୀର ଉପରେ ପକାଉଛିି କୁପ୍ରଭାବ, ସୃଷ୍ଟି ହେଉଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଆମେରିକା ଓ କାନାଡ଼ାରୁ କିଛି ଗ୍ରାହକ ଏଭଳି ଅଭିଯୋଗ ଆଣିବା ସହ କମ୍ପାନୀ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି । ଡାବରର ସହାୟକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବ୍ୟବହାର କଲେ ଏଥିରେ ବ୍ୟବହୃତ କେମିକାଲ ଯୋଗୁ କ୍ୟାନସର ହେଉଥିବା ଅଭିଯୋଗ କରାଯାଇଛି । ଉଭୟ କାନାଡା ଏବଂ ଆମେରିକାରେ ଡାବରର ୩ ସହଯୋଗୀ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯାଇଛି । ଡାବରର ଏହି ତିନୋଟି ସହାୟକ କମ୍ପାନୀ ହେଉଛି ନମସ୍ତେ ଲାବରେଟୋରୀ, ଡର୍ମୋଭିବା ସ୍କ୍ରିନ ଏବଂ ଡାବର ଇଂଟରନ୍ୟାସନାଲ । ତେବେ ଡାବର କମ୍ପାନୀ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯିବା ସହିତ ଅଭିଯୋଗକାରୀଙ୍କ ପାଖରେ ଏନେଇ ପର୍ଯ୍ୟାପ୍ତ ପ୍ରମାଣ ନଥିବା କୁହାଯାଇଛି ।