କନକ ବ୍ୟୁରୋ : ଘନୀଭୁତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଭର୍ଦା । ଓଡିଶା ଉପରୁ ବାତ୍ୟାର ଭୟ ଟଳି ଯାଇଥିବାବେଳେ ଏହା ଆନ୍ଧ୍ର ଓ ତାମିଲନାଡୁ ମୁହାଁ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ବାତ୍ୟା ଭର୍ଦା ଉପକୂଳରେ ପହଂଚିବା ବେଳକୁ ସାମାନ୍ୟ ଦୁର୍ବଳ ହେବ ବୋଲି ମଧ୍ୟ ପୂର୍ବାନୁମାନ କରିଛି ଆଇଏମଡି । ଏହା ପ୍ରଭାବରେ ଆନ୍ଧ୍ର ଓ ତାମିଲନାଡୁରେ ପ୍ରବଳ ବର୍ଷା ହେବା ସହ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷାର ଆଶଙ୍କା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp