ଗୁଜରାଟରେ ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’ । ଭାଙ୍ଗିଲା ବିଶାଳ ଗଛ, ବିଦ୍ୟୁତ ଖୁଂଟ, ଅଧିକାଂଶ ରାସ୍ତା ଅବରୋଧ

321

କନକ ବ୍ୟୁରୋ : ବାତ୍ୟା ବିପର୍ଯ୍ୟୟ । ଗୁଜରାଟରେ ରଚିଛି ତାଣ୍ଡବ । ଯେଉଁ ଆଶଙ୍କା କରାଯାଉଥିଲା ତାଠୁ ଅଧିକ କ୍ଷୟକ୍ଷତି ସହିଛି ଗୁଜରାଟ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଚ, ଦ୍ୱାରାକ, ଜାମନଗର, ପୋରବନ୍ଦର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଲକ୍ଷରୁ ଅଧିକ ଲୋକଙ୍କ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଅସ୍ଥାୟୀ ଶିବିରେ ରଖାଯାଇଛି । ବିମାନ ସେବାକ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବା ସହ ଟ୍ରେନ ରୁଟ ପରିବର୍ତନ କରାଯାଇଛି । ବାତ୍ୟାର ପ୍ରଭାବ ଏବେ ମଧ୍ୟ ରାଜ୍ୟରେ ତାଣ୍ଡବ କରୁଛି । ପ୍ରବଳ ବର୍ଷା ସାଙ୍ଗକୁ ବୋହୁଛି ତିବ୍ର ବେଗରେ ପବନ । ଆସନ୍ତୁ ନଜର ପକାଇବା ବାତ୍ୟା ବିପର୍ଯ୍ୟୟ କିଭଳି ଗୁଜରାଟରେ ଘଟାଇଛି ବିପର୍ଯ୍ୟୟ ।

ବାତ୍ୟାରେ ଉଡିଯାଇଛି ପେଟ୍ରୋ ପମ୍ପର ଛାତ ଅନେକ ବଡ ବଡ ଅଟାଳିକା । ରାସ୍ତାରେ ପଡି ରହିଛି ଭଙ୍ଗା ଅଂଶବିଶେଷ । ଯାନବାହନ ଗୁଡିକ ରାସ୍ତାରେ ପଡି ରହିଛି । କଚ୍ଛରେ ମଧ୍ୟ ଦେଖିବାକୁ ମିଳିଛି ବାତ୍ୟାର ତାଣ୍ଡବ । ଘରଦ୍ୱାର ଭାଙ୍ଗିବା ସହ ବଡ ବଡ ଗଛ ଉପୁଡିପଡିଛି । ଏବେ ବି ଜାରି ରହିଛି ବର୍ଷା ପବନ । ଆପଣ ଦେଖିପାରୁଥିବେ କିଭଳି ବର୍ଷା ଓ ପବନରେ ବସଟି ଗଡିଯାଉଛି । ରାସ୍ତାରେ ଭାଙ୍ଗିପଡିଥିବା ବିଶାଳ ଗଛଗୁଡିକୁ ସଫା କରାଯାଉଛି ।

ଲଗାତାର ପବନ ଓ ବର୍ଷା ଯୋଗୁଁ ଭୁଜ ସହିଛି ଭାରି କ୍ଷୟକ୍ଷତି । ବିପର୍ଯ୍ୟୟ ପ୍ରଭାବରେ ଘରଦ୍ୱାରା ରାସ୍ତାଘାଟ କ୍ଷୟକ୍ଷତି ହେବା ସହ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ଦେଖାଦେଇଛି । ରାସ୍ତାଘାଟରେ ପଡି ରହିଛି ବିଶାଳ ଗଛ । ବିପର୍ଯୟରେ ଗୁଜରାଟ ପାଇଁ ବିପତି ଆଣିଛି । ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ରାଜ୍ୟରେ ଅନେକ କ୍ଷୟକ୍ଷତି କରିଛି । କେଉଁଟି ବିଶାଳ ଗଛ ଭାଙ୍ଗିପଡିଛି ତ ପୁଣି କେଉଁଠି ଇଲେକଟ୍ରିକ ଖୁଣ୍ଟ ତାସ ଘର ପରି ଭାଙ୍ଗି ରାସ୍ତାକୁ ଅବରୋଧ କରୁଛି । ଏନଡିଆରଏଫ ଉଦ୍ଦାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ବାତ୍ୟା ବିପର୍ଯୟ ଲ୍ୟାଣ୍ଡଫଲ କରିବା ପରେ ଏବେ ମଧ୍ୟ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ଚାଲିଛି । ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ଗୁଜରାଟ ଦେଖିଛି ପ୍ରକୃତିର କରାଳ ରୂପରେ । ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ କରିବା ପରେ ତିଷ୍ଟି ପାରି ନାହିଁ ପୁରୁଣା ତଥା ବିଶାଳ ଗଛଗୁଡିକ । ପବନର ବେଗରେ ଭାଙ୍ଗିପଡିଥିବା ଗଛ ଯାତ୍ରୀଙ୍କ ପାଇଁ କାଳ ସାଜିଛନ୍ତି । କିଛି ଦୁର୍ଘଟଣାଗସ୍ତ ହେବା ସହ ରାସ୍ତାର ଅବରୋଧ ହୋଇ ରହିଛି । ତେଣୁ ସକାଳୁ ସକାଳୁ ଏଗୁଡିକ ସଫା କରାଯାଉଛି ।

ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛି । ୫୨୪ରୁ ଅଧିକ ଗଛ ଉପୁଡି ପଡିଥିବା ବେଳେ ହଜାରେରୁ ଅଧିକ ଗାଁ ଅନ୍ଧାରରେ ରହିଛି । ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରୟାସ ଚାଲିିଛି । ବାତ୍ୟା ଯୋଗୁଁ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୯୯ଟି ଟ୍ରେନର ଚଳାଚଳ ସାମୟିକ ଭାବେ ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଲଗାତର ଫୋନ ଯୋଗେ ବାତ୍ୟା ପରର ସ୍ଥିତି ବାବଦରେ ଖବର ନେଉଥିବା ଜଣାପଡିଛି ।