ନଦୀକୁ ଡେଇଁ ପଡିଲେ ୬ ସାଇବର ଅପରାଧୀ । ପହଁରି ପହଁରି ଯାଇ ଗିରଫ କଲା ପୋଲିସ

839

କନକ ବ୍ୟୁରୋ: ସାଇବର୍‌ ଅପରାଧରେ ସମ୍ପୃକ୍ତ ବୋଲି ଅଭିଯୋଗ ହେଉଥିବା ୬ଜଣ ବ୍ୟକ୍ତି ଗିରଫଦାରି ଏଡ଼ାଇବା ଲାଗି ଅଳ୍ପ ଦିନ ତଳେ ଝାଡ଼ଖଣ୍ଡରେ ପ୍ରବାହିତ ଏକ ନଈକୁ ଡେଇଁ ପଡ଼ିଥିବା କଥା ପୁଲିସ କହିଛି। ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ଲାଗି ପୁଲିସ ଅଧିକାରୀମା‌ନଙ୍କୁ ନଈପାରି ହେବକୁ ପଡ଼ିଥିଲା। ସୂଚନାଯୋଗ୍ୟ, ବରାକର ନଈ କୂ‌ଳରେ ଉକ୍ତ ସାଇବର୍‌ ଅପରାଧୀମାନଙ୍କ ସହିତ ମୁହାଁମୁହିଁ ହେବା ବେଳେ ଏହି ଅଭିଯାନରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀମାନେ ସାଦା ପୋଷାକ ପିନ୍ଧିଥିଲେ।

ପୁଲିସ ଅଧିକାରୀମାନଙ୍କୁ ଚିହ୍ନିପାରି ଅଭିଯୁକ୍ତମାନେ ନଈକୁ ଡେଇଁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ପୁଲିସ ଅଧିକାରୀମାନେ ପିଛା କରି ସମସ୍ତ ସନ୍ଦିଗ୍ଧଙ୍କୁ ଗିରଫ କଲେ। ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ଲାଗି ପୁଲିସ ଅଧିକାରୀମା‌ନଙ୍କୁ ନଈପାରି ହେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ବରାକର ନଈ କୂ‌ଳରେ ଉକ୍ତ ସାଇବର୍‌ ଅପରାଧୀମାନଙ୍କ ସହିତ ମୁହାଁମୁହିଁ ହେବା ବେଳେ ଏହି ଅଭିଯାନରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀମାନେ ସାଦା ପୋଷାକ ପିନ୍ଧିଥିଲେ।