ମଦ ବ୍ୟବସାୟୀଙ୍କ ଘରୁ ଜବତ ଡାଏରୀ ଓ ଲାପଟପ୍ । ମିଳିବ କି ଅମାପ ଟଙ୍କାର ସୁରାକ ?

76

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ମିଳିଥିବା ଡାଏରୀ ଓ ଲାପଟପ୍ ଉପରେ ଏବେ ତଦନ୍ତକାରୀ ସଂସ୍ଥାର ନଜର । ବିପୁଳ ଟଙ୍କାର ଉତ୍ସ ଓ ଏହା କେଉଁଠିକୁ ଯାଇଛି ତାହାର ସୁରାକ ଏଥିରୁ ମିଳିପାରିବ ବୋଲି ଅନୁମାନ କରାଯାଉଛି । ରାଞ୍ଚିିରେ ସାଂସଦଙ୍କ ଘରେ ଚଢାଉ ସମୟରେ ୮ କୋଟି ଟଙ୍କା, ଏକ ଡାଏରୀ, ଲାପଟପ୍, ପ୍ରିଂଟର ଓ ତିନିଟି ଆଟାଚି ନିଜ ହେପାଜତକୁ ନେଇଛନ୍ତି ତଦନ୍ତକାରୀ ଅଧିକାରୀ । ବଲାଙ୍ଗିରରେ ମଧ୍ୟ ଚଢାଉ ବେଳେ ତଦନ୍ତାକରୀ ସଂସ୍ଥା ହାର୍ଡଡିସ୍କ ମଧ୍ୟ ଜବତ କରିଥିବା କୁହାଯାଉଛି ।

ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ଲାଞ୍ଚୁଆ ଅଧିକାରୀ, କଳା କାରବାରରେ ସମ୍ପୃକ୍ତ ଥିବା ନେତା ଛାନିଆ ହୋଇପଡିଛନ୍ତି । କେତେବେଳେ ଯେ ସେମାନଙ୍କ ପାଳି ପଡିଯିବ ତାକୁ ନେଇ ଚିନ୍ତାରେ ଅଛନ୍ତି । ଲାଲ ଡାଏରୀକୁ ମଦ ବ୍ୟବସାୟୀ କୁତା ଖାତା କହିଥାନ୍ତି । କୁତା ଖାତା କାହିଁକି ନାଁ ଦିଆଯାଇଛି, ସେ ସମ୍ପର୍କରେ ଭିନ୍ନ ଭିନ୍ନ କଥା କୁହାଯାଉଛି । ଯେଉଁଥିରେ ବିଭିନ୍ନ ସମୟରେ ଲାଂଚ ନେଉଥିବା ଲୋକଙ୍କ ହିସାବ ରହିଥାଏ ବୋଲି ସୂଚନା ମିଳିଛି ।