କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ପୁଳା ପୁଳା ଟଙ୍କା ବାହାରିବା ପରେ ଏବେ ସମ୍ପତ୍ତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଛି, ବହୁ ସ୍ଥାବର , ଅସ୍ଥାବର ସମ୍ପତ୍ତିର ସୁରାକ୍ । ମଦ ବ୍ୟବସାୟୀଙ୍କ ଅଫିସରୁ ବହୁ ବେନାମୀ ଜମି ପଟ୍ଟା ଜବତ କରାଯାଇଛି । କୁହାଯାଉଛି, ଏହି ମଦ ମାଲିକମାନେ ଟଙ୍କ ଲୁଚାଇବା ପାଇଁ ନିଜ ବିହାରୀ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କାର ଜମି କିଣିଛନ୍ତି । ଏବେ ଏସବୁ ଦିଗକୁ ନେଇ ଆୟକର ବିଭାଗ ଛାନଭିନ୍ କରିବ । ଏହାପରେ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।