ସାଇବର ଠକଙ୍କ ନୂଆ ତରିକା । OLX ରେ ବିଜ୍ଞାପନ ଦେଇ ଲୁଟିଲେ ଟଙ୍କା ।

113

କନକ ବ୍ୟୁରୋ: ଟିକେ ଅସଚେତନତା ଯୋଗୁ କିପରି ସାଇବର ଠକେଇର ଲୋକେ ଶିକାର ହୁଅନ୍ତି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଓଏଲଏକ୍ସରେ ବିଜ୍ଞାପନ ଦେଇ ୩୦ ହଜାର ଟଙ୍କାର ଠକେଇର ଶୀକାର ହୋଇଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବକ ସୁଜିତ ଦାସ । ଘର ଭଡା ଦେବା ପାଇଁ ଓଏଲଏକ୍ସରେ ବିଜ୍ଞାପନ ସୁଜିତ୍ । ପରେ ତାଙ୍କର ଜଣେ ବ୍ୟକ୍ତିଙ୍କ ଭଡା ପାଇଁ ଡିଲ ହୋଇଥିଲା । ସେମାନେ ଘର ଭଡା ୧୨ ହଜାର ବଦଳରେ ଭୁଲରେ ୪୨ ହଜାର ପଠାଇଦେଇଛନ୍ତି ବୋଲି ଠକ କହିଥିଲା । ଏବଂ ବାକି ଟଙ୍କା ଫେରାଇ ଦେବାକୁ କହିଥିଲେ । ପରେ ସୁଜିତ୍ ୩୦ ହଜାର ଟଙ୍କା ଫେରାଇଦେଇଥିଲେ । କିନ୍ତୁ ତାଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିଲା । ପରେ ଦେଖିବାରୁ ତାଙ୍କ ଆକାଉଂଟରୁ ୩୦ ହଜାର କଟିଯାଇଛି ।