ଗ୍ରାମୀଣ ଉଦ୍ୟୋଗୀଙ୍କୁ ‘ଓଡ଼ିଶା-୫୦’ର ଦ୍ୱିତୀୟ ସଂସ୍କରଣ : ମହିଳା ସଶକ୍ତିକରଣ ପାଇଁ ୫ ସୂତ୍ରୀ ପରାମର୍ଶ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

113

କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ଆୟୋଜିତ ‘ଓଡ଼ିଶା-୫୦’ ଦ୍ୱିତୀୟ ସଂସ୍କରଣରେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ନେଇ କର୍ମଶାଳା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଟକ ଶାରଳା ଭବନରେ ୭ ଜିଲ୍ଲାର ୭୦ ବ୍ଲକରୁ ୩ଶହରୁ ଉର୍ଦ୍ଧ୍ୱ ମହିଳା ଉଦ୍ୟୋଗୀମାନେ ଏଥିରେ ଅଂଶଗହଣ କରିଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମହିଳାମାନଙ୍କୁ ସଶକ୍ତ କରିବାକୁ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ୫ ଲକ୍ଷ୍ୟ ତଥା ୫ ସୂତ୍ରୀ କୌଶଳ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ।

୫ଟି ‘ଏମ୍‌’ ହେଉଛି ମା’, ମାଟି, ମାତୃଭାଷା, ମୋବାଇଲ୍ ଆଉ ମଦ। ତନ୍ମଧ୍ୟରୁ ୪ଟି ‘ଏମ୍‌’କୁ ଆପଣାଇବା ଓ ଗୋଟିକୁ ପରିହାର କରାଇପାରିଲେ ମହିଳାମାନଙ୍କୁ କେହି ନ୍ୟୁନ ପ୍ରଭାବକୁ କେହି ରୋକିପାରିବେନି।। ମା’, ମାଟି, ମାତୃଭାଷା, ମୋବାଇଲ୍(ପ୍ରଯୁକ୍ତି ବିଦ୍ୟା)କୁ କେବେ ଆପଣାଇବା ସହ ପରିବାରରେ ଯେଭଳି କେହି ମଦ ନ ପିଇବେ, ତାହା ଦେଖିବା ମହିଳାମାନଙ୍କ ଦାୟିତ୍ବ ହେଉ। ମା’ମାନେ ସଂକଳ୍ପ ନେଲେ ମଦମୁକ୍ତ ସମାଜ ଗଠନ ସମ୍ଭବ ହେବାସହ ନାରୀ ନିର୍ଯାତନା ଭଳି ଖବରକୁ କବର ଦିଆଯାଇପାରିବ ବୋଲି ସେ କହିଛନ୍ତି ।

ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓରମାସର ନିର୍ଦ୍ଦେଶିକା ପୁନମ ଗୁହା ତାପସ କୁମାର ମା ହିଁ ବିଶ୍ୱକୁ ଚଳାଇଥାଏ ବୋଲି କହିଛନ୍ତି । ଅତିଥି ଭାବେ ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର, ସମ୍ବାଦର ସିଜିଏମ୍ ଅରବିନ୍ଦ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମାବେଶରେ ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ହାତ ତିଆରି ଜିନିଷଗୁଡିକର କିଭଳି ଭଲ ମାର୍କେଟିଂ ହୋଇପାରିବ ଏ ନେଇ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ଆଗକୁ ମହିଳା ଉଦ୍ୟୋଗୀମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ମତପ୍ରକାଶ ପାଇଛି ।