ଦୀପାବଳି ପୂର୍ବରୁ ଲାଗିଲା କଟକଣା : ଆଇନ ଉଲ୍ଲଙ୍ଘନକାରୀଙ୍କୁ ହୋଇପାରେ ୬ମାସର ଜେଲଦଣ୍ଡ

244

କନକ ବ୍ୟୁରୋ : ଦିଲ୍ଲୀରେ ବାଣ ଉପରେ କଟକଣା ଲାଗିବା ସହ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ପାଇଁ ନୁଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ପ୍ରେସ କନଫେରନ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଯଦି ଏହି ନିୟମକୁ ଭଙ୍ଗାଯାଏ ତେବେ ଏଥିପାଇଁ ୨ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଦିଲ୍ଲୀରେ ବାଣ ଉପରେ ପୂର୍ବରୁ କଟକଣା ଲାଗିଥିଲା ଏବଂ ଏହା ଉପରେ ୬ ମାସର କାରାଦଣ୍ଡ ଘୋଷଣା କରିଛନ୍ତି ।

ଏହା ସହ ଯେଉଁମାନେ ବାଣ ଗଚ୍ଛିତ କରି ରଖିଥିବେ ସେଗୁଡ଼ିକ ସିଲ କରାଯିବା ସହ ୫ ହଜାର ଟଙ୍କା ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏହା ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ୪୦୮ଟି ଟିମ ଗଠନ କରାଯାଇଛି । ଆସିଷ୍ଟାଂଟ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୋଲିସ ୨୧୦ଟି ଟିମ ଗଠନ କରିଛି । ସେହିପରି ଆୟକର ବିଭାଗ ମଧ୍ୟ ଗଠନ କରିଛି ୧୬୫ଟି ଟିମ । ଏବଂ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ସମିତି ୩୩ଟି ଟିମ ଗଠନ କରିଛି । ଏପର୍ଯ୍ୟନ୍ତ ମୋଟ ୨୯୧୭ କିଲୋ ବାଣ ଜବତ କରିଛି ଦିଲ୍ଲୀ ପୁଲିସ । । ବାଣ ଉପରେ ଏହି କଟକଣା ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଲାଗୁରହିବ ବୋଲି ସୂଚନା ମିଳିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ‘ ଦୀପ ଜଳାଅ ବାଣ ନୁହେଁ’ ଆଦି ନାରା ଦିଆଯାଇଛି ।