୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସଟି ଯୋଗୁଁ ପଞ୍ଜୀକରଣ ୧କୋଟି ଛୁଇଁବ: ସରକାରଙ୍କ ଅନୁମାନ
ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ରେ ବସ୍ତୁ ଓ ସେବା କର(ଜିଏସଟି) ଅନ୍ତର୍ଗତ ପଞ୍ଜୀକରଣ ୯୦ ଲକ୍ଷରୁ ୧କୋଟି ହେବ ବୋଲି ସରକାରଙ୍କ ଅନୁମାନ କରିଛନ୍ତି । ଏହି ପଞ୍ଜୀକରଣରେ ଜିଏସଟିର ପୁରୁଣା ଓ ନୂଆ ପଞ୍ଜୀକରଣକୁ ସାମିଲ କରାଯାଇଛି । ସୂଚନା ଅନୁସାରେ ଭାଟ, ଦେଶରେ ଉତ୍ପାଦିତ ବା ବିକ୍ରି ଦ୍ରବ୍ୟ ଓ ଅନୁମତି ପତ୍ରଗୁଡ଼ିକ ଉପରେ ଦିଆ ଯାଉଥିବା କର, ସେବା କର ବଦଳରେ ଜିଏସଟିକୁ ଲାଗୁ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ଆର୍ଥିକ ବର୍ଷରେ ଦେଶରେ ଉତ୍ପାଦିତ ଦ୍ରବ୍ୟ, ବିକ୍ରି ଦ୍ରବ୍ୟ ଉପରେ ଦିଆଯାଉଥିବା ସେବା କର ୮୬ ଲକ୍ଷରୁ ୭୦ ଲକ୍ଷ ବନ୍ଦ ହୋଇଯିବ । ଏହାସହ ଚଳିତ ବର୍ଷ ଯଦି ଜିଏସଟି ଯୋଗୁଁ ୯୦ ଲକ୍ଷ ପଞ୍ଜୀକରଣ ହୁଏ, ତା’ହେଲେ ୨୮ ପ୍ରତିଶତ କର ବଢ଼ିବ । ସେହିଭଳି ଜିଏସଟି ଯଦି ୧କୋଟି ପଞ୍ଜିକରଣ ହୁଏ, ତାହେଲେ ୪୦ ପ୍ରତିଶତ କର ବଢ଼ିବ ।
ଜଣେ ଅଧିକାରୀ କହିଛନ୍ତି ପୁରୁଣା ପ୍ରକ୍ରିୟାରେ ହେଉଥିବା ପଞ୍ଜୀକରଣ ସଂଖ୍ୟା ଦିନକୁ ଦିନ କମ ହୋଇ ନୂଆ ପ୍ରକାର ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଇଛି । କିଛି ସପ୍ତାହ ମଧ୍ୟରେ ୧୧ଲକ୍ଷ ପଞ୍ଜୀକରଣ ହୋଇଛି । ଗତ ଶନିବାର ଏକ ନୂଆ ରେକର୍ଡ ଦେଖିବାକୁ ମିଳିଛି ଯଦ୍ୱାରା ୧୦ଲକ୍ଷ ନୂଆ ପଞ୍ଜୀକରଣ ହୋଇଛି । ସେହିଭଳି ପାଖାପାଖି ଆଉ ୨ଲକ୍ଷ ପଞ୍ଜୀକରଣ ହେବାକୁ ଅଛି । ନୂଆ ବ୍ୟବସ୍ଥାରେ ପଞ୍ଜୀକରଣ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଥିବା ପ୍ରକାଶ ।