ନକଲି ସାର୍ଟିଫିକେଟ୍ ପ୍ରସଙ୍ଗରେ ଧିରେ ଧିରେ ଫିଟୁଛି ଗୁମର : କେମିତି ହେଉଥିଲା ଜାଲ ସାର୍ଟିଫିକେଟ୍ ଦସ୍ତଖତ, ଭିଡ଼ିଓଗ୍ରାଫି କଲା କ୍ରାଇମବ୍ରାଞ୍ଚ

601

କନକ ବ୍ୟୁରୋ : ନକଲି ସାର୍ଟିଫିକେଟ ପ୍ରସଙ୍ଗକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ଖେଳିଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏସବୁ ଭିତରେ କେମିତି ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତା କିପରି ଜାଲ ସାର୍ଟିଫିକେଟ ରାକେଟ ଚଳାଇଥିଲେ, ତାର ଗୁମର ଖୋଲିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ ।

ଉଭୟଙ୍କୁ ରିମାଣ୍ଡ ବେଳେ ଜେରା ସମୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଉଭୟଙ୍କ ଦସ୍ତଖତର ପ୍ରମାଣ ମିଳିଛି । ନକଲି ସାର୍ଟିଫିକେଟରେ ଦସ୍ତଖତ କରୁଥିଲେ ମନୋଜ ଓ ଆଲୋକ । ରିମାଣ୍ଡ ବେଳେ ଏହାର ଡେମୋ ଦେଖାଇଛନ୍ତି ଉଭୟ । ଏହାର ଭିଡିଓଗ୍ରାଫି କରିଛି କ୍ରାଇମବ୍ରାଞ୍ଚ । ଏହାକୁ ନେଇ ତଦନ୍ତ ଆଗକୁ ବଢ଼ାଉଛି ତଦନ୍ତକାରୀ ସଂସ୍ଥା ।