ସବୁ ବର୍ଗର କ୍ରିକେଟ ପାଇଁ ଆୟୋଜିତ ହେବ ଲିଗ୍ : କ୍ରିକେଟ୍ ପରିଷଦ ଦେଲେ ସହମତି

28

କନକ ବ୍ୟୁରୋ : ସବୁ ବର୍ଗର କ୍ରିକେଟରେ ଆୟୋଜିତ ହେବ ଲିଗ୍ । ସବୁ ବର୍ଗର କ୍ରିକେଟକୁ ସମାନ ଗୁରୁତ୍ୱ ଦେଇ ଲିଗ୍ ଆୟୋଜନ କରିବାକୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଶେଷରେ ସହମତ ହୋଇଛି । ଦୁବାଇରେ ଶୁକ୍ରବାର ଶେଷ ହୋଇଥିବା ୨ଦିନିଆ ବୈଠକରେ କ୍ରିକେଟ୍ ପ୍ରଶାସକମାନେ ଏପରି ଖସଡା ଉପରେ ଏକମତ ହୋଇଛନ୍ତି ।

ଏପ୍ରିଲ ମାସରେ ଆଇସିସିର ପରବର୍ତ୍ତୀ ବୈଠକରେ ପ୍ରସ୍ତାବିତ ଟେଷ୍ଟ , ଦିନିକିଆ ଏବଂ ଟ୍ୱେଂଟି- ଟ୍ୱେଂଟି ଲିଗ୍ ଅନୁମୋଦିତ ହେବାର ସମ୍ଭାବନା ରହିଛି । ଏପ୍ରିଲ ମାସରେ ଯଦି ଏସବୁ ପ୍ରସ୍ତାବ ମଞ୍ଜୁର ଲାଭ କରେ ତେବେ ୨୦୧୯ ମସିହାଠାରୁ ୨ବର୍ଷିଆ ଚକ୍ରରେ ଟେଷ୍ଟ ଲିଗ୍ ଆରମ୍ଭ ହୋଇଯିବ ।ଏଭଳି ଏକ ଆନ୍ତର୍ଜାତୀୟ ସନ୍ତୁଳନକାରୀ କ୍ୟାଲେଣ୍ଡର ପ୍ରସ୍ତୁତ କରି ଆଇସିସି ନିଜ ଦାୟିତ୍ୱବୋଧତାର ପରିଚୟ ଦେଇଛି ।