ଦେଶରେ ଉପରମୁହାଁ କରୋନା ମିଟର । ୨୪ ଘଂଟାରେ ୭୫୨ ସଂକ୍ରମିଚ ଚିହ୍ନଟ, ୪ ମୃତ

284

କନକ ବ୍ୟୁରୋ : ଦେଶରେ କରୋନା ଭୟ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଗତ ୨୪ ଘଂଟାରେ ଦେଶରେ ୭୫୨ ସଂକ୍ରମିିତ ଚିହ୍ନଟ ହେବା ସହ ୪ଜଣଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପି ୩ହଜାର ୪୨୦ ଛୁଇଁଛି ।  ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ…

ମାଡ଼ୁଛି ‘ଜେଏନ୍ ଡଟ୍ ୱାନ୍’ ସବ୍ ଭ୍ୟାରିଆଂଟ୍

-୧୭ରାଜ୍ୟରେ ସଂକ୍ରମଣ ଅଧିକ ବୃଦ୍ଧି ପାଉଛି
-୨୬୬ ସଂକ୍ରମିତ ସହ ସବୁଠୁ ଆଗରେ କେରଳ ରହିଛି
-କର୍ଣ୍ଣାଟକରେ ୭୦, ମହାରାଷ୍ଟ୍ରରେ ୧୫, ତାମିଲନାଡୁ ୧୩, ଗୁଜରରାଟରେ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
-କେରଳରେ ୨ଜଣଙ୍କ ମୃତ୍ୟୁ, କର୍ଣ୍ଣାଟକ ଓ ରାଜସ୍ଥାନରର ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି
-୨୪ଘଂଟା ଭିତର ୩୩୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି
-ସୁସ୍ଥ ହାର ୯୮.୮୧% ରହିଛି

ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ କହିଛି….ଜେଏନ ଡଟ ୱାନ ଓମିକ୍ରନର ସବ୍ ଭ୍ୟାରିଆଂଟ ଅଟେ । ଦ୍ରୁତ ଗତିରେ ଏହା ବ୍ୟାପୁଛି । ବର୍ତମାନ ଚିନ୍ତାର କାରଣ ନାହିଁ ହୁଏତ ଆଗକୁ ଘାତକ ହୋଇପାରେ । ସର୍ତକ ରହି କୋଭିଡ ପ୍ରୋଟୋକଲ ମାନିବା ଉଚିତ । ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହୁଛି ଓ ଖୁବ ଶିଘ୍ର ସୁସ୍ଥ ହେଉଛନ୍ତି । କେବଳ ଭାରତର କରୋନା ମାମଲା ବଢ଼ୁ ନାହିଁ, ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨% ବଢ଼ିଛି ।

ବିଶ୍ୱରେ କରୋନା ଆତଙ୍କ
-ବିଶ୍ୱର ୪୦ ଦେଶ ‘ଜେଏନ ଡଟ ୱାନ’ ଭାଇରସ ବ୍ୟାପିଛି
-ଭାରତର ୧୭ରାଜ୍ୟରେ  ‘ଜେଏନ ଡଟ ୱାନ’ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
– ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି
-୫ ସପ୍ତାହ ଭିତରେ ଚିହ୍ନଟ ସମସ୍ତ ରୋଗୀ ‘ଜେଏନ ଡଟ ୱାନ’ରେ ଆକ୍ରାନ୍ତ ସୂଚନା
-ପ୍ରତି ଏକ ଘଂଟାରେ ୨୬ଜଣ ଆକ୍ରାନ୍ତ ହେଉଛନ୍ତି ।

କୋଭିଡକୁ ନେଇ ଭୟଭୀତ ନହୋଇ ବରଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବିିଭନ୍ନ ରାଜ୍ୟରେ ଧିରେ ଧିରେ ଫେରୁଛି କଟକଣା । ବୟସ୍କ ଓ ବହୁ ବ୍ୟାଧୀ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି  । ବଡ ଦିନ, ନୂଆବର୍ଷ ଓ ପର୍ବପର୍ବାଣୀରେ ଭିଡରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସବୁ ରାଜ୍ୟମାନଙ୍କୁ କରୋନା ସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ନିର୍ଦ୍ଦେଶ ଦିଆଯାଇଛି ।