ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ

118

କନକ ବ୍ୟୁରୋ: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । କିଛି ମାସର ବ୍ୟବଧ୍ୟାନ ପରେ ପୁଣି ୩ଶହ ଟପିଛି ସଂକ୍ରମଣ । ଗତ ୨୪ ଘଂଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ଆକ୍ରାନ୍ତ ୧୪୪ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୧, ସୁନ୍ଦରଗଡ଼ରୁ ୧୩, ବାଲେଶ୍ୱର, ଜଗତସିଂହପୁର, ନୂଆପଡ଼ାରୁ ୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୫୩୮ । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୦ ହଜାର ୪୯ଜଣ । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୩୧୦ । ।