ଡିସିଜିଆଇର ଅନୁମତି, ବୁଷ୍ଟର ଡୋଜରେ ସାମିଲ ହେବ କୋର୍ବେଭାକ୍ସ

64

କନକ ବ୍ୟୁରୋ : ବାୟୋଲୋଜିକାଲ ଇ-ଲିମିଟେଡର କରୋନା ଟିକା କୋର୍ବେଭାକ୍ସର ବ୍ୟବହାର ଜରୁରୀକାଳୀନ ସ୍ଥିତିରେ କୋଭିଡ -୧୯ର ବୁଷ୍ଟର ଡୋଜ ଭାବେ ବ୍ୟବହାର କରବାକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ କୋଭିସିଲ୍ଡ କିମ୍ବା କୋଭାକ୍ସିନର ଉଭୟ ଖୋରାକ ନେଇ ସାରିଥିବା ୧୮ ବର୍ଷରୁ ଅଧିକ ବୟସ୍କ ଲୋକ କୋର୍ବେଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିପାରିବେ ।

ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ ଓ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ବାୟୋଲୋଜିକାଲ ଇ-ଲିମିଟେଡ ତରଫରୁ କୁହାଯାଇଛି କି କରୋନା ଭ୍ୟାକ୍ସିନ କୋର୍ବେଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ଡ୍ରଗ୍ସ କଣ୍ଟ୍ରୋଲ ଜେନରାଲ ଅଫ୍ ଇଣ୍ଡିଆ ତରଫରୁ ମଞ୍ଜୁରୀ ମିଳିଛି ।

ବାୟୋଲୋଜିକାଲ ଇ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ମହିମା ଦତଲା କହିଛନ୍ତି କି ଏନେଇ କମ୍ପାନୀ ବହୁତ ଖୁସି ଅଛି । ଏହାସହ କମ୍ପାନୀ ଏବେ ସରକାରଙ୍କୁ ୧୦୦ ମିଲିୟନ ବୁଷ୍ଟର ଡୋଜ ଯୋଗାଇ ଦେବ ବୋଲି ସେ କହିଛନ୍ତି । ଏହି ଟିକା ସମ୍ପୂର୍ଣ୍ଣ ଭାବେ ଟେକ୍ସାସ ଚିଲଡ୍ରେନ ହସ୍ପିଟାଲ ଓ ବାୟଲର କଲେଜ ଅଫ୍ ମେଡିସିନର ସହଯୋଗରେ ପ୍ରସ୍ତୁତ କରାଯାଇଛି ।

 

କମ୍ପାନୀର ସୂଚନା ମୁତାବକ ଏବେ ପ୍ରତି ଖୋରାକ ୮୪୦ ଟଙ୍କା ନୁହେଁ ବରଂ ୨୫୦ ଟଙ୍କାରେ ସରକାରଙ୍କୁ ଯୋଗାଇ ଦିଆଯିବ । ହେଲେ ଗ୍ରାହକମାନଙ୍କ ପାଇଁ ଏହା ପ୍ରଶାସନିକ ଚାର୍ଜ ଓ ଅନ୍ୟାନ୍ୟ କରସ ହ ୪୦୦ ଟଙ୍କାରେ ଉପଲବ୍ଧ ହେବ ।