ଜେଲ ଭିତରୁ ଧଳା ଜହର ବ୍ୟବସାୟ ନିୟନ୍ତ୍ରଣ । ବ୍ରାଉନସୁଗାର ଡିଲ୍ ବେଳେ ୬ଜଣଙ୍କୁ ବାନ୍ଧିଲା ପୋଲିସ ।

82

କନକ ବ୍ୟୁରୋ: ଜେଲ ଭିତରୁ ଧଳା ଜହର ବ୍ୟବସାୟକୁ କରାଯାଉଥିଲା ନିୟନ୍ତ୍ରଣ । ଜେଲରୁ ସୁପରିଟେଣ୍ଡେଣ୍ଟ ଏକ ଛୋଟ ମୋବାଇଲ୍ ଜବତ କରିବା ପରେ ବ୍ରାଉନସୁଗାର କାରବାରର ଗୁମର ଫିଟିଛି । ସେହି ମୋବାଇଲକୁ ଯାଞ୍ଚ କରି ବ୍ରାଉନସୁଗାର ଡିଲ୍ ବାବଦରେ ଜାଣିବାକୁ ପାଇଥିଲା ପୁଲିସ । ଗୁରୁଜଙ୍ଗ ମହୋତ୍ସବରେ ବ୍ରାଉନସୁଗାର ଡିଲ୍ ହେଉଥିବା ଜାଣି ଚଢାଉ କରିଥିଲା ପୁଲିସ । ଏହି ଘଟଣାରେ ଜଣେ ଯୁବତୀଙ୍କ ସହ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୬୨ ଗ୍ରାମ ଧଳା ଜହର ଜବତ ହୋଇଛି । ଗୋଟିଏ ଧଳା ରଙ୍ଗର ସ୍କର୍ପିଓ, ୬ଟି ମୋବାଇଲ୍ ଫୋନ ଜବତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ଏହି ସୂଚନା ଦେଇଛନ୍ତି ।