ଭୋଟ୍ ଦେଉଛି ଓଡିଶା, ନେତା ବାଛୁଛନ୍ତି ଜନତା । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ।

106

କନକବ୍ୟୁରୋ: ରାଜ୍ୟରେ ଚାଲିଛି ପ୍ରଥମ ପ୍ରର୍ଯ୍ୟାୟ ମତଦାନ । ଭୋଟ ଦେଇ ନେତା ବାଛୁଛନ୍ତି ଜନତା । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡିରେ ୫୭.୯୧ ପ୍ରତିଶତ, ନବରଙ୍ଗପୁରରେ ୫୬.୭୬ ପ୍ରତିଶତ, କୋରାପୁଟରେ ୫୩.୨୭ ପ୍ରତିଶତ, ମାଲକାନଗିରିରେ ୫୩.୬୪ ପ୍ରତିଶତ, ରାୟଗଡାରେ ୫୩.୬୦ ପ୍ରତିଶତ, ଗଜପତିରେ ୪୫.୨୯ ପ୍ରତିଶତ ଓ ବ୍ରହ୍ମପୁରରେ ୪୪.୩୯ ପ୍ରତିଶତ ଭୋଟର ଦେଇଛନ୍ତି ଭୋଟ୍ ।

୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ୭ ହଜାର ୩୦୩ଟି ବୁଥ୍ରେ ଚାଲିଛି ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ହୋଇଛି । ଏଠାରେ ୨୬ ଦଶମିକ ୧୪ ପ୍ରତିଶତ ସହ ସବୁଠୁ କମ୍ ମତଦାନ ହୋଇଛି । ଅର୍ବାନ ଭୋଟରଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଗଂଜାମ ଜିଲ୍ଲା ଚିକିଟି ବ୍ଲକ୍ ବୁଥ ନମ୍ବର ୭୪ରେ କାର୍ଯ୍ୟରେ ଅବହେଳା ନେଇ ସିଟି ଜିଏସଟି ଅଫିସର ମାନସ ରଂଜନ ସେଠୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି ।