ବର୍ଷାରେ ଭିଜି ଭିଜି ଆନ୍ଦୋଳନ: ରାଜଧାନୀରେ ଚୁକ୍ତିଭିତ୍ତିକ କର୍ମଚାରୀ, ଶିକ୍ଷକଙ୍କ ବିକ୍ଷୋଭ

288

କନକ ବ୍ୟୁରୋ: ମାସକ ଭିତରେ ଦାବି ପୂରଣ ନହେଲେ ଜୋରଦାର ହେବ ଆନ୍ଦାଳନ । ଲଗାଣ ବର୍ଷାରେ ଭିଜି ଭିଜି ବିରୋଧ କରୁଛନ୍ତି ଚୁକ୍ତିଭିତିକ କର୍ମଚାରୀ । ତୁହାକୁ ତୁହା ବର୍ଷା ବର୍ଷି ଚାଲିଛି । ହେଲେ ବର୍ଷାକୁ ଖାତିର ନକରି ଲୋୟର ପିଏମଜି ଠାରେ ଚୁକ୍ତି ଭିତିକ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥାର ଉଚ୍ଛେଦ କରାଯାଉ । ଏହାର ତୁରନ୍ତ ପ୍ରତ୍ୟାହାର ଦାବିରେ ୩୦ହଜାରରୁ ଅଧିକ କର୍ମଚାରୀ ଗଣ ବିକ୍ଷୋଭ କରିଛନ୍ତି ।

ରାଜ୍ୟର ନିଅଂଟିଆ ଆର୍ଥିକ ଦୂରାବସ୍ଥା ସମୟରେ ସରକାର ଏହି ବ୍ୟବସ୍ଥା ପ୍ରଚଳନ କରିଥିଲେ । ତେବେ ରାଜ୍ୟର ଆର୍ଥିକ ପ୍ରଗତି ହେଲେ ଏମାନଙ୍କ ସମସ୍ତ ସୁବିଧା କରାଯିବା ସହ ସ୍ଥାୟୀ ପ୍ରତିକାର ହେବ । ହେଲେ ତାହା ହୋଇପାରିଲାନି । ୨୦୧୮ରେ ତିନିଦିନ ଯାଏ ବିଶାଳ ଗଣଆନ୍ଦୋଳନ କରାଯାଇଥିଲା । ଏନେଇ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ବିସ୍ତୁତ ଭାବେ ଆଲୋଚନା କରିବା ସହ ମାସକ ମଧ୍ୟରେ ସମାଧାନ କରିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଯାହା କେବଳ ପ୍ରତିଶୁତି ମଧ୍ୟରେ ରହିଯାଇଛି । ଯାହାର ବିରୋଧ କରି ଆଜି ପୁଣି ଥରେ ଚୁକ୍ତିଭିତିକ କମ;ର୍ଚାରୀ ଆନ୍ଦୋଳନକ ଓହ୍ଲାଇଛନ୍ତି । ଖୁବଶିଘ୍ର ଏହି ଦାବି ସବୁ ପୂରଣ ନହେଲେ ଆଗକୁ ଜାରଦାର ଆନ୍ଦୋଳନ ଚେତବାନୀ ଦେଇଛନ୍ତି ।