ଗୋମୂତ୍ର ସେବନ ମଣିଷ ପାଇଁ ହୋଇପାରେ ହାନିକାରକ । ଆଇ.ଭି.ଆର.ଆଇ ରିସର୍ଚ୍ଚରୁ ଆସିଲା ବଡ଼ ତଥ୍ୟ ।

649

କନକ ବ୍ୟୁରୋ: ଗୋମୂତ୍ର ମଣିଷ ଶରୀର ପାଇଁ ହିତକାରକ । ଆୟୁର୍ବେଦ ଚିକିତ୍ସା ଏହା ଦାବି କରେ । ଏବେ କିନ୍ତୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ଏହାର ଓଲଟା କଥା କହୁଛି । ଅର୍ଥାତ ଗୋମୂତ୍ର ସେବନ ମଣିଷ ପାଇଁ ଅନୁପଯୁକ୍ତ । ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି କ୍ଷତିକାରକ ବ୍ୟାକ୍ଟେରିଆ ରହିଥାଏ, ଯାହା ଶରୀରକୁ କ୍ଷତି ପହଂଚାଇପାରେ । ଦେଶର ପ୍ରାଥମିକ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବରେଲି ସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ ବା ଆଇ.ଭି.ଆର.ଆଇ ଦ୍ୱାରା କରାଯାଇଥିବା ଗବେଷଣାରୁ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ।

ଗୋମୁତ୍ର ବ୍ୟବହାର କଲେ କଣ ପାଇଦା ମିଳିଛି ଏହି ବ୍ୟକ୍ତିଙ୍କ ମୁହଁରୁ ଶୁଣିଲେ । ଗରମ ପାଣିରେ ଗୋମୁତ୍ର ମିଶାଇ ପିଇବା ଦ୍ୱାରା ବୀରବରଙ୍କ ଚର୍ବି କମ ହେବା ସହ ଆଣ୍ଠୁଗଣ୍ଠି ଯନ୍ତ୍ର୍ଣାରୁ ମୁକ୍ତି ମିଳିଛି । ଥଣ୍ଡା କାଶ ଭଳି ଅନେକ ରୋଗ ଦୂର ହୋଇଛି । କିନ୍ତୁ ଉତରପ୍ରଦେଶ ବରେଲି ସ୍ଥିତ ଭାରତର ଅଗ୍ରଣୀ ପଶୁ ଅନୁସନ୍ଧାନ ସଂସ୍ଥା ଇଣ୍ଡିଆନ ଭେଟେରିନରି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ. ଆଇଭିଆରଆଇର ଗବେଷଣା ଏ ନେଇ କିଛି ଭିନ୍ନ ତଥ୍ୟ ଦେଇଛି ।

ଗୋମୂତ୍ରରେ ଅଛି କ୍ଷତିକାରକ ବ୍ୟାକ୍ଟେରିଆ!
ମଣିଷ ପାଇଁ ସୁରକ୍ଷିତ ନୁହେଁ ଗୋମୂତ୍ର !

ମଣିଷ ପାଇଁ ଗୋମୁତ୍ର ଉପଯୋଗୀ ନୁହେଁ କ୍ଷତିକାରକ , ଏଥିରେ ଅନେକ କ୍ଷତିକାରଣ ବ୍ୟାକ୍ଟେରିଆ ଅଛି । ଆଇଭିଆରଆଇର ଗବେଷଣା ଏହା ସ୍ପଷ୍ଟ କରିଛି । ଗାଈଙ୍କ ମୁତ୍ର ନମୁନା ପରୀକ୍ଷା କଲାପରେ ଜଣାପଡିଛି ଯେ,
-ଗୋମୂତ୍ରରେ ୧୪ ପ୍ରକାରର କ୍ଷତିକାରଣ ବ୍ୟାକ୍ଟେରିଆ ରହିଛି
-ପେଟ ସଂକ୍ରମଣ ସହ ସଂଶ୍ଲିଷ୍ଟ ବ୍ୟାକ୍ଟେରିଆ ବି ରହିଛି
-ଗୋମୂତ୍ର ମଣିଷ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ
-ତେଣୁ ସିଧା ଗୋମୂତ୍ର ବ୍ୟବହାର କରାଯିବା ଉଚିତ ନୁହେଁ
ବିଶେଷଜ୍ଞ ବି କହିଛନ୍ତି, ବିନା ପରାମର୍ଶରେ ଗୋ-ମୁତ୍ର ନିଅନ୍ତୁ ନାହିଁ । ଏହାଦ୍ୱାରା ବହୁ ରୋଗ ସୃଷ୍ଟି ହେବାସମ୍ଭାବନା ରହିଥାଏ ।

ଗାଈ ଅପେକ୍ଷା ମଇଁଷି ମୁତ୍ର ଭଲ! ୭୩ ମୁତ୍ର ନମୁନାକୁ ନେଇ ଗବେଷଣା

ଆଇଭିଆରଆଇର ଗବେଷଣା ଅନଲାଇନ ରିସର୍ଚ୍ଚ ୱେବସାଇଟ ରିସର୍ଚ୍ଚ ଗେଟରେ ପ୍ରକାଶିତ ହୋଇଛି ।
ଗାଈ, ବଳଦ, ଷଣ୍ଡ, ମଇଁଷି ଏବଂ ମାନବଙ୍କ ୭୩ ଟି ମୂତ୍ର ନମୁନା ନିଆଯାଇଥିଲା
ମଇଁଷି ମୂତ୍ରରେ ଆଂଟି ବ୍ୟାକ୍ଟେରିଆଲ କାର୍ଯ୍ୟକଳାପ ଗାଈ ଅପେକ୍ଷା ଭଲ ଥିଲା
ଜୁନରୁ ନଭେମ୍ବର ୨୨ ମଧ୍ୟରେ ଏହି ଗବେଷଣା କରାଯାଇଥିଲା

ଆୟୁର୍ବେଦ ଡାକ୍ତରଙ୍କ କହିବା କଥା ହେଲା, ଗୋ-ମୁତ୍ର ଠିକ ଭାବେ ସେବନ ନ କଲେ ଅନେକ କ୍ଷତି ପଂହଚିପାରେ । ଗୋମୂତ୍ର ମଣିଷ ଶରୀର ପାଇଁ ହିତକାରକ । ଆୟୁର୍ବେଦ ଚିକିତ୍ସା ଏହା ଦାବି କରେ । କିନ୍ତୁ ନୂଆ ଗବେଷଣା ଗୋ-ମୁତ୍ର ମଣିଷ ପାଇଁ କ୍ଷତିକାରକ ବୋଲି କହିବା ପରେ ଏହାକୁ ନେଇ ନୂଆ ବିତର୍କ ସୃଷ୍ଟି ହୋଇଛି ।