ରାହୁଲଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବୟାନ: ଅପେକ୍ଷା କର, ବଦଳିବ ନିଷ୍ପତି

259

କନକ ବ୍ୟୁରୋ: ରାହୁଲଙ୍କ ସଦସ୍ୟତା ରଦ୍ଦ ନେଇ ବ୍ୟାନ ରଖିଛି କଂଗ୍ରେସ । ଦଳ କହିଛି, ଗୁଜରାଟ ସେସନ୍ସ କୋର୍ଟଙ୍କ ନିଷ୍ପତ୍ତି ବଦଳିବ । ଆହୁରି ସୁଦୃଢ ହୋଇ ପ୍ରତ୍ୟାବର୍ତ୍ତନ କରିବେ ରାହୁଲ ଗାନ୍ଧୀ । ସତ କହିବାରୁ ରାହୁଲଙ୍କୁ ଦଣ୍ଡ ମିଳିଛି । ଦେଶ ସାମ୍ନାରେ ସତ୍ୟ ରଖିଛନ୍ତି ରାହୁଲ । ବିରୋଧୀଙ୍କ ସ୍ୱର ଚାପିବାକୁ ପ୍ରୟାସ ହେଉଛି । ଗଣତନ୍ତ୍ର ପାଇଁ ଲଢେଇ ଜାରି ରହିବ । ଗଣତନ୍ତ୍ର ପାଇଁ ରାହୁଲ ଗାନ୍ଧୀ ଜେଲ ଯିବେ । ସଦସ୍ୟତା ରଦ୍ଦ କରିବା ଏକଛତ୍ରବାଦର ଏକ ନମୁନା । ରାହୁଲ ଗାନ୍ଧୀ ହେଉଛନ୍ତି ଦେଶର ସ୍ୱର । ଦମନକାରୀ ପଦକ୍ଷେପ ଉଠାଉଛି ବିଜେପି ।

ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି । ଲୋକସଭା ସଚିବାଳୟରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତି ଜାରି କରିଛନ୍ତି ଲୋକସଭା ସଚିବାଳୟର ସେକ୍ରେଟାରୀ ଜେନେରାଲ ଉତ୍ପଳ କୁମାର ସିଂ । ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ । ଗୁଜୁରାଟର ସେସନ୍ସ କୋର୍ଟ ପକ୍ଷରୁ ୨ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ତେବେ ତାଙ୍କୁ ତୁରନ୍ତ ଜାମିନ୍ ମିଳିଯାଇଥିଲେ ବି ଏହି ଦଣ୍ଡାଦେଶ ଯୋଗୁ ତାଙ୍କର ସଦସ୍ୟତା ପଦ ରଦ୍ଦ ହୋଇଛି ।