କନକ ବ୍ୟୁରୋ : କଂଗ୍ରେସ ପକ୍ଷରୁ ଆଜି ଦୁଇ ଘଂଟିଆ ଓଡିଶା ବନ୍ଦ ପାଳନ କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମାରେ ଦିନ ୧୦ଟାରୁ ୧୨ଟା ଯାଏଁ ଏହି ବନ୍ଦ ପାଳନ କରାଯାଇଛି । ଆଦିବାସୀମାନଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗରେ ରାସ୍ତାରୋକ କରାଯାଇଛି । ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁରରେ କଂଗ୍ରେସ କର୍ମୀ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
୨ ଘଂଟା ଧରି ରାସ୍ତାରୋକ କରିବା ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଦିବାସୀମାନଙ୍କୁ ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ରାଜଭବନ ସମ୍ମୁଖରେ ହୋଇଥିବା ଆମରଣ ଅନଶନକୁ ସମର୍ଥନ କରି ପିସିସି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ନଗଡା, ଦାନମାଝୀ ଓ ଗୁମୁଡୁମୁହା ଗୁଳିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଏଭଳି ୨ ଘଂଟିଆ ବନ୍ଦ ପାଳନ କରିଛି ।