କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟ ରାଜନୀତି । ଡିସେମ୍ବର ୨୦ରୁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବ କଂଗ୍ରେସ

205

କନକ ବ୍ୟୁରୋ : କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଏହାର ପ୍ରତିବାଦ କରି କଂଗ୍ରେସ ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛି । ଦଳ କହିଛି, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷାକୁ ଆଦୌ ଗୁରୁତ୍ୱ ଦେଉନଥିବା ବେଳେ କେବଳ ଆତ୍ମ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି । ସରକାରୀ କଲେଜରେ କେବଳ ଦଳୀୟ ପ୍ରଚାର କରାଯାଉଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । କିନ୍ତୁ ଏଠାରେ ନିଜ ନିଜର ଫଟୋ ଲଗାଇ ପ୍ରଚାର କରିବାରେ ବ୍ୟସ୍ତ ସରକାର । ଏହା ବିରୋଧରେ ଦଳ ପ୍ରତିବାଦ କରିଛି ବୋଲି ସୂଚନା ଦେଇଛି ।