ହୃଦଘାତରେ କଂଗ୍ରେସ ସାଂସଦଙ୍କ ଦେହାନ୍ତ । ଯାତ୍ରା କରୁ କରୁ ସନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ

77

କନକ ବ୍ୟୁରୋ : ଶହ ଶହ ସମର୍ଥକ ଓ ପ୍ରଶଂସକଙ୍କ ଗହଣରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ଆଗକୁ ବଡୁଥାନ୍ତି । ସ୍ଥାନ ଥିଲା ପଂଜାବ ଫିଲୌରର । ଯୋଶ ଓ ଉତ୍ସାହର ସହ ପ୍ରତିଥର ପରି ଶନିବାର ମଧ୍ୟ ରାହୁଲଙ୍କ ସହ ସମର୍ଥକ ପାଦରେ ପାଦ ମିଶାଇ ଯାତ୍ରା କରୁଥାନ୍ତି । କମ ବୟସ୍କଠୁଙ୍କ ନେଇ ବୟସାଧିକ କଂଗ୍ରେସ ସମର୍ଥକ । ସମସ୍ତଙ୍କ ମନରେ ସେହି ସମାନ ଖୁସି, ଉତ୍ସାହ ଦେଖିବାକୁ ମିଳିଥିଲା । ରାହୁଲଙ୍କ ନିକଟରେ ଚାଲୁଥାନ୍ତି ସାଂସଦ ସନ୍ତୋଖ ସିଂ ଚୌଧୁରୀ । ବେଶ କିଛି ବାଟ ଚାଲିବା ପରେ ସନ୍ତୋଖଙ୍କ ଚାଲିବା ବେଗ କମିବା ସହ ରାହୁଲଙ୍କ ଗାନ୍ଧିଙ୍କଠୁ ପଛରେ ରହିଯାଆନ୍ତି । କେହି କିଛି ବୁଝିବା ଆଗରୁ ସନ୍ତୋଖଙ୍କୁ ହୃଦଘାତ ହୁଏ ଓ ସେ ରାସ୍ତା ଉପରେ ବେହୋସ ହୋଇପଡନ୍ତି । କିଛି ସମୟ ଯାତ୍ରାକୁ ରୋକାଯାଏ ଓ କଂଗ୍ରେସ ସାଂସଦଙ୍କୁ ନିକଟସ୍ଥ ପଘୱାର ଡାକ୍ତରଖାନାକୁ ନିଆଯାଏ । ଡାକ୍ତର ତାଙ୍କ ମୃତ ବୋଲି ଘୋଷଣା କରିଥିଲେ ।

ଘଟଣା ପରେ ଭାରତ ଯୋଡ ଯାତ୍ରା ଅଧାରୁ ଛାଡି ଡାକ୍ତରଖାନାରେ ପହଁଚିଥିଲେ ରାହୁଲ ଗାନ୍ଧୀ । ଦଳର ଜଣେ ବରିଷ୍ଠ ସାଂସଦଙ୍କ ମୃତ୍ୟୁକୁ ନେଇ ଶୋକଛାୟାର ଖେଳିଯାଇଛି । ସନ୍ତୋଖ ଦଳର ଜଣେ ମଜବୁତ ସମର୍ଥକ ଥିଲେ ଓ ତାଙ୍କ ବିୟୋଗ ଦଳରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି କରିଥିବା ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି । ପ୍ରଧାମନନ୍ତ୍ରୀ ମୋଦି ଟୁଇଟ କରି ସନ୍ତୋଖ ସିଂ ଚୌଧୁରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ବରିଷ୍ଠ ନେତାଙ୍କ ଅକାଳ ବିୟୋଗରେ ଦିନକ ପାଇଁ ଭାରତ ଯୋଡ ଯାତ୍ରାକୁ ସ୍ଥଗିତ ରଖାଯାଇଛି ।ଆସନ୍ତାକାଲି ସନ୍ତୋଖ ସିଂ ଚୌଧୁରୀଙ୍କ ଅନ୍ତିମ ସଂସ୍କାର କରାଯିବ । ପରେ ଜଳନ୍ଧରରୁ ପୁଣି ଆରମ୍ଭ ହେବ ଭାରତ ଯୋଡ ଯାତ୍ରା