ପାକିସ୍ତାନ ସରକାର ଓ ସେନା ବିରୋଧରେ ତେଜୁଛି ବିକ୍ଷୋଭ, ଗିଲଗିଟ୍-ବଲଟିସ୍ତାନକୁ ଭାରତ ମିଶାଇବାକୁ ଉଠିଲା ଦାବି

114

କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସଂକଟ ଭିତରେ ଗିଲଗିଟ ବଲଟିସ୍ତାନର ଲୋକ ସରକାର ଓ ଆର୍ମି ବିରୋଧରେ ଗତ ୧୫ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି । ଏହାରି ଭିତରେ ସେମାନେ ଦାବି କରିଛନ୍ତି ଗିଲଗିଟ ବଲଟିିସ୍ତାନକୁ ଭାରତରେ ମିଶାଇ ଦିଆଯାଉ । ଭାରତରେ ମିଶିଗଲେ ହୁଏତ ଏଭଳି ଅନାହାରରେ ରହିବାକୁ ପଡିବ ନାହିଁ । ପାକିସ୍ତାନ ସରକାର ସେମାନଙ୍କ ସହ ଭେଦଭାବ କରୁଛି । ହେଲେ ଏବେ ସେମାନେ ଆଉ ପାକିସ୍ତାନ ସହ ଯୋଡି ହୋଇ ରହିବାକୁ ଚାହୁଁ ନାହାଁନ୍ତି ।

ଗିଲଗିଟ-ବାଲଟିସ୍ତାନର ସମସ୍ୟା
– ଗିଲଗିଟ ବାଲଟିସ୍ତାନ ପାକିସ୍ତାନ ଅଧିକୃତ କାଶ୍ମୀର ଅଂଚଳ
– ସ୍ୱାଧିନତା ପରେ ବାଲଟିସ୍ତାନକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା
– ଏଠାରେ ବାହାରଲୋକ ଜମି କିଣିବା ଉପରେ କଟକଣା ରହିଥିଲା
– ୧୯୭୪ ମସିହାରେ ଏହି ନିୟମ ଉଠାଇଥିଲା ପାକିସ୍ତାନ
– ମୂଳ କାଶ୍ମୀରଙ୍କ ଏକତା ଭାଙ୍ଗିବାକୁ ପାକିସ୍ତାନ ଷଡଯନ୍ତ୍ର
– ଗିଲଗିଟରେ ଅନ୍ୟ ସ୍ଥାନର ଲୋକଙ୍କୁ ଥଇଥାନ କରାଯାଉଛି

ପିଓକେ କାଶ୍ମୀରର ସେହି ଅଂଚଳ ଯାହାକୁ ପାକିସ୍ତାନ ଦଖଲ କରି ରହିଛି । ଆଉ ଏଠାକାର ଲୋକଙ୍କ ସହ ପାକ୍ ସରକାର ଭେଦବାଦ କରୁଥିବାରୁ ଲୋକେ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ସେନା ଏହି ସ୍ତାନକୁ ଅକ୍ତିଆର କରିବା ପାଇଁ ଅନ୍ୟ ପ୍ରାନ୍ତରୁ ଲୋକଙ୍କୁ ଆଣି ଏଠି ରହିବାକୁ କହୁଛି । ପଂଜାବ, ଖୈବପର ପଖତୁନଖ୍ୱା ଅଂଚଳରୁ ଲୋକଙ୍କୁ ଆଣି ବେଲୁଚିସ୍ତାନରେ ବସା ଯାଉଛି । ଆଉ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସେନାକୁ ମୁତୟନ କରାଯାଉଛି । ଏହାକୁ ସ୍ଥାନୀୟ ବଲଟିସ୍ତାନ ଲୋକେ କରିଛନ୍ତି ବିରୋଧ । ଏହି ମାମଲାରେ ଭାରତର ହସ୍ତକ୍ଷେପ ପାଇଁ ଅପିଲ୍ କରିଛନ୍ତି ।

ଭାରତ ସହ ମିଶିବାକୁ ଗିଲଗିଟ-ବଲଟିସ୍ତାନର ଗୁହାରି
– ଆର୍ଥିକ ଓ ଖାଦ୍ୟ ସଂକଟ ଭିତରେ ଗିଲଗିତ ବେଲୁଚିସ୍ତାନରେ ବଢୁଛି ପ୍ରତିବାଦ
– ୧୫ ଦିନ ଧରି ଗିଲଗିଟ ବଲଟିସ୍ତାନରେ ଜାରି ରହିଛି ବିକ୍ଷୋଭ
– ପାକ୍ ସରକାର ଓ ସେନା ବିରୋଧରେ ଲୋକଙ୍କ ଆନ୍ଦୋଳନ
– ପାକ୍ ସରକାର ଭେଦଭାବ କରୁଥିବା ଅଭିଯୋଗ
– ଭାରତ ସହ ମିଶିବାକୁ ଗିଲଗିଟ ବଲଟିସ୍ତାନବାସୀଙ୍କ ଅପିଲ
– ଲୋକଙ୍କ ଅଭିଯୋଗ ସେମାନଙ୍କ ଅଂଚଳକୁ ଦଖଲ କରୁଛି ସେନା
– ସ୍ଥାନୀୟ ଲୋକଙ୍କ ଜମିକୁ ଜୋର, ଜବରଦସ୍ତ ଦଖଲ କରୁଛି ପାକ୍ ଆର୍ମି
– ବିନା ରେଜିଷ୍ଟ୍ରେସନ୍ ଓ ଅର୍ଥରେ ଜମି ଦଖଲ କରୁଛି ସେନା

ଆର୍ଥିକ ମାଡରେ ବାଲଟିସ୍ତାନ ଲୋକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର କ୍ଷେତ୍ରରେ ପାକିସ୍ତାନର ବେଶ ପଛୁଆ ରହିଛି । ସର୍ବନିମ୍ନ ମୌଳିକ ସୁବିଧାରୁ ଲୋକେ ବଂଚିତ ହେଉଛନ୍ତି । ପିଇବା ପାଣି, ବିଜୁଳି, ପକ୍କା ଘର, ଗ୍ୟାସ୍ ଯୋଗାଣ ସାତ ସପ୍ନ ହୋଇଛି । ହକ୍ ମାଗିଲେ ମିଳୁଛି ସେନାର ଗୁଳି ଓ ଲାଠି ମାଡ । ନିଜ ମାଟିରେ ପାକ୍ ସେନାର ଅତ୍ୟାଚାର ସହୁଛନ୍ତି ବାଲଟିସ୍ତାନବାସୀ । ଭାରତ ସହ ବ୍ୟବସାୟ ଠପ୍ ପରେ ବାଲଟିସ୍ତାନବାସୀ ପ୍ରଭାବିତ ମଧ୍ୟ ହୋଇଛନ୍ତି । ପାକିସ୍ତାନ ସରକାର ଅନ୍ୟାୟ କରୁଥିବା ସ୍ଥାନିୟ ଲୋକଙ୍କ ଅଭିଯୋଗ ପରେ ଗିଲଗିଟ ବଲଟିିସ୍ତାନକୁ ଭାରତରେ ମିଶାଇବାକୁ ଦାବି ଜୋର ଧରିଛି ।