କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟିପ୍ପଣୀ: ସ୍ମୃତି ଇରାନୀଙ୍କୁ ଟାର୍ଗେଟ କଲେ ଅଜୟ ରାୟ

194

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଆମେଠି ଆସନକୁ ନେଇ ଚର୍ଚ୍ଚା । ଉତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ ଏକ ବୟାନକୁ ନେଇ ପୁଣି ଆମେଠିକୁ ଲାଇମଲାଇଟକୁ ଆଣିଛି । କିଛି ଦିନ ପୂର୍ବରୁ ଅଜୟ ରାୟ ଏକଥା ଦାବି କରିଥିଲେ କି ଏଥରକ ପୁଣି ଥରେ ରାହୁଲ ଆମେଠି ଆସନରେ ଲଢିବେ ଓ ସ୍ମୃତି ଇରାନୀଙ୍କୁ ହରାଇବେ । ଏଥିସହ କଂଗ୍ରେସ ନେତା ଅଜୟ ରାୟ  କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବଡ ଅଭିଯୋଗ ଆଣିଥିଲେ । କେବଳ ସେତିକି ନୁହେଁ ସ୍ମୃତିଙ୍କ ଉଦ୍ଦେଶ୍ୟରେ ସେ ଏକ ଆପତିଜନକ ଟିପ୍ପଣୀ ମଧ୍ୟ ଦେଇଥିଲେ । ଅଜୟ ରାୟ କହଥିଲେ ଆମେଠିରେ କୌଣସି ପ୍ରକାର ବିକାଶମୂଳକ କାର୍ଯ୍ୟ କରାଯାଉନି । ନିର୍ବାଚନ କ୍ଷେତ୍ରକୁ ସ୍ମୃତି ଇରାନୀ ବେଳେ ବେଳେ ଆସୁଛନ୍ତି ଓ ବୁଲି ଦେଇ ଚାଲି ଯାଉଛନ୍ତି ।  ଏହି କଥା କହିବା ସମୟରେ ଅଜୟ ରାୟ ଦୁଇଟି ଅପଶଦ୍ଧ ମଧ୍ୟ ପ୍ରୟୋଗ କରିଥିଲେ । ଶୁଣନ୍ତୁ କଣ କହିଥିଲେ କଂଗ୍ରେସ ନେତା ଅଜୟ ରାୟ ।

କଂଗ୍ରେସ ନେତାଙ୍କୁ ଜବାବ ଦେବାକୁ ଯାଇ ସ୍ମୃତି ଇରାନୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କାଉଁଟର କରିଛନ୍ତି । ସ୍ମୃତି ଇରାନୀ ଟୁଇଟରେ ଲେଖିଛନ୍ତି ଯେ ଶୁଣାଯାଉଛି ରାହୁଲ ଗାନ୍ଧୀ କୁଆଡେ ନିଜର ଜଣେ ଅଭଦ୍ର ଆଂଚଳିକ ନେତାଙ୍କୁ ଦ୍ୱାରା ୨୦୨୪ରେ ଆମେଠିରୁ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି । ଏହା ଅର୍ଥ କଣ ଆପଣ ଆମେଠିରୁ ଲଢିବା ଏକ ପ୍ରକାର ସ୍ଥିର ବୋଲି ମୁଁ ଭାବିବି କି ? କୌଣସି ଅନ୍ୟ ଆସନ ପାଇଁ ଆମେଠି ଛାଡି ପଳାଇବେନି ତ? ଭୟଭିତ ହେବେନି ତ? ଆପଣଙ୍କୁ ଓ ଆପଣଙ୍କ ମାଙ୍କ ମହିଳା ବିରୋଧୀ ଗୁଣ୍ଡାଙ୍କ ପାଇଁ ଜଣେ ସଭ୍ୟ ଭାଷଣ ଲେଖକଙ୍କ ଆବଶ୍ୟକତା ରହିଛି । କଂଗ୍ରେସ ନେତାଙ୍କ ଏହି ବୟାନ ପରେ ବିଜେପି ଆକ୍ରାମକ ହୋଇପଡିଛି । ବୟାନ ପାଇଁ କଂଗ୍ରେସ ନେତାଙ୍କଠୁ କ୍ଷମା ଦାବି କରିଛି । ସେପଟେ ଅଜୟ ରାୟ କହିଛନ୍ତି ସେ କିଛି ଭୁଲ କରି ନାହାଁନ୍ତି ତେବେ କ୍ଷମା ମାଗିବା ପ୍ରଶ୍ନ ଉଠୁନି

କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅଜୟ ରାୟ ଯେଉଁ ବୟାନ ଦେଇଛନ୍ତି ଏନେଇ ଆପତି ପ୍ରକାଶ କରିଛି ଦିଲ୍ଲୀ ମହିଳା କମିଶନ । ଜେରା ପାଇଁ ସମନ ପଠାଇଛି ମହିଳା କମିଶନ । ଡିସେମ୍ବର ୨୮ ତାରିଖରେ ହାଜର ହେବାକୁ ସମନରେ କୁହାଯାଇଛି ।