ସୀମା ସଂଘର୍ଷ ଭିତରେ ତେଜୁଛି ବୟାନବାଜୀ: ବିଜେପିକୁ କଂଗ୍ରେସ ସଭାପତିଙ୍କ ଆକ୍ଷେପ, ଜନସଭାରେ ଖଡ଼ଗେ କହିଲେ ‘କୁକୁର’ ଉପାଖ୍ୟାନ

53

କନକ ବ୍ୟୁରୋ: ଏଲଏସିରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଚାଲିଛି । ତୱାଙ୍ଗ ସଂଘର୍ଷ ପରେ ଏହି ବିବାଦ ଅଧିକ ତେଜୁଛି । ସେପଟେ ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରୁଛନ୍ତି ଓ ସରକାର ମଧ୍ୟ ନିଜ ତରିକାରେ ଉତର ରଖୁଛନ୍ତି । ସୀମା ସଂର୍ଘଷକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପିକୁ ଆକ୍ଷେପ କରି ଏକ ବଡ ବୟାନ ଦେଇଛନ୍ତି । ଯାହାକୁ ନେଇ ପୁଣି ଥରେ ମୁହାଁମୁହିଁ ସ୍ଥିତିରେ ଉଭୟ ଦଳ ।

କହୁ କହୁ ବଡ କଥା କହିଦେଲ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ତୱାଙ୍ଗ ସୀମା ସଂଘର୍ଷ ପ୍ରସଙ୍ଗ କଥା ଉଠାଇବା ସମୟରେ ବୋଧହୁଏ କଂଗ୍ରେସ ସଭାପତି ବିଜେପି ପ୍ରତି ଅତ୍ୟଧିକ ଆକ୍ରୋଶିତ ହୋଇପଡିଥିଲେ । ଦେଶ ପାଇଁ କଂଗ୍ରେସର ବଳିଦାନର ଉଦାହରଣ ଦେବା ସମୟରେ ଖଡ଼ଗେ ଏବେ ଏମିତି କିଛି କଥା କହିଛନ୍ତି ଯାହାକୁ ନେଇ ମୁଣ୍ଡ ଟେକିଛି ନୂଆ ବିବାଦ କଂଗ୍ରେସ ସଭାପତିଙ୍କ ଏହି ବୟାନକୁ ସହଜରେ ଗ୍ରହଣ କରିପାରିନି ବିଜେପି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦଯୋଶୀ ଖଡ଼ଗେଙ୍କ ଏହି ବୟାନକୁ ଘୋର ନିନ୍ଦା କରିଛନ୍ତି । ଏଥିସହ ଦଳ ଓ ଦଳର ସଭାପତିଙ୍କୁ ଅନୁଶାସନ, ମାନସିକତା ଓ ଶିଷ୍ଟାଚାର ପାଠ ପଡାଇଛନ୍ତି ।

ରାଜସ୍ଥାନରେ ଆୟୋଜିତ ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମରେ ଖଡ଼ଗେ ସୀମା ସଂଘର୍ଷ ପ୍ରସଙ୍ଗ ଉଠାଇଥିଲେ । ବିରୋଧୀ ସଂସଦରେ ଚର୍ଚ୍ଚା ଚାହୁଁଛନ୍ତି କିନ୍ତୁ ସରକାର ମୌକା ଦେଉନଥିବା ଖଡ଼ଗେ ଅଭିଯୋଗ କରିଥିଲେ । ଭାଷଣ ଦେବା ଭିତରେ ବିଜେପି ଓ ବିଜେପି ନେତାଙ୍କୁ ଆକ୍ଷେପ କରି ଏଭଳି କଡ଼ା ମନ୍ତବ୍ୟ ଦେଇଥିଲେ ।ଯାହାକୁ ନେଇ ଏବେ ପୁଣି ମୁହାଁମୁହିଁ ସ୍ଥିତରେ ଉଭୟ ଦଳ ।