କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତ୍ତି, ଧର୍ମାନ୍ତରିକରଣ ବିରୋଧୀ ଆଇନ ରଦ୍ଦ ଉପରେ କ୍ୟାବିନେଟର ମୋହର

1,274

କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବାର ଗୋଟିଏ ମାସ ମଧ୍ୟ ପୂରଣ ହୋଇନାହିଁ । ହେଲେ କର୍ଣ୍ଣାଟକ ସରକାର ଏବେ ପୂର୍ବ ବିଜେପି ସରକାର ଦ୍ୱାରା ଅଣାଯାଇଥିବା ଅନେକ ଆଇନକୁ ରଦ୍ଦ କରିବାକୁ ଚେଷ୍ଟା କରିଛି । ଏହି କ୍ରମରେ ପ୍ରଥମେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଣିଥିବା ଧର୍ମାନ୍ତରିକରଣ ବିରୋଧୀ ଆଇନକୁ ରଦ୍ଦ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଏନେଇ ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି । ଖୁବଶୀଘ୍ର ସରକାର ଏହାକୁ ବିଧାନସଭାରେ ଉପସ୍ଥାପନ କରିବେ । ଏହି ବିଲର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଧର୍ମର ସ୍ୱାଧୀନତାର ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଏହା ସହିତ ଭୁଲ ବୟାନ, ଅଯଥା ପ୍ରଭାବ, ଜବର ଦଖଲ, ପ୍ରଲୋଭନ ମାଧ୍ୟମରେ ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ବେଆଇନ ଭାବେ ରୂପାନ୍ତରକୁ ରୋକିବା ।

କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ଏଚକେ ପାଟିଲ କହିଛନ୍ତି କି , ରାଜ୍ୟ ମନ୍ତ୍ରୀମଣ୍ଡଳ ତରଫରୁ ସ୍କୁଲ ଓ କଲେଜମାନଙ୍କରେ ଭଜନ ସହ ସମ୍ବିଧାନର ପ୍ରସ୍ତାବନାକୁ ପଢିବା ବାଧ୍ୟତାମୂଳକ କରାଯିବ । ଏହା ବ୍ୟତୀତ କୃଷି ଉତ୍ପାଦ ବଜାର କମିଟି ଅଧିନିୟମକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଏଚକେ ପାଟିଲ କହିଛନ୍ତି ।