୫ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ଦରବାରରେ କଂଗ୍ରେସର ମାନସମନ୍ଥନ । କଂଗ୍ରେସ ନିର୍ବାଚନ କମିଟି ବୈଠକରେ ଆସନ ଭାଗବଂଟା ଉପରେ ଚର୍ଚ୍ଚା

92

କନକ ବ୍ୟୁରୋ : ୫ରାଜ୍ୟର ବିଧାନସଭା ନିବାର୍ଚନ ପାଇଁ କଂଗ୍ରେସର କସରତ ଆରମ୍ଭ । ନୂଆଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ । ମିଜୋରମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ଦଳର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ଫେକସରେ ରାଜସ୍ଥାନ । ମଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ରାହୁଲ ଗାନ୍ଧୀଙ୍କ ସମେତ ତିନି ରାଜ୍ୟର ବରିଷ୍ଠ ନେତୃତ୍ୱ ଯୋଗ ଦେଇଥିଲେ । ବୈଠକରେ ଆଗାମୀ ବିଧାନସଭା ନିର୍ବାଚନରେ ଦଳର ରଣନୀତି ନେଇ ଚର୍ଚ୍ଚା ଆଲୋଚନା କରାଯିବା ସହ ପ୍ରାର୍ଥୀ ତାଲିକା ଉପରେ ଅନ୍ତିମ ମୋହର ବାଜିଥିବା ସୂଚନା ମିଳିଛି । ତେବେ ଏହି ବୈଠକରେ ରାଜସ୍ଥାନ କଂଗ୍ରେସ କନ୍ଦଳ ପଦାରେ ପଡିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସିଇସି ବୈଠକରେ ଯୋଗ ଦେଇଥିବା ବେଳେ ସଚିନ୍ ପାଇଲଟଙ୍କୁ ଏହି ବୈଠକରେ ଯୋଗ ଦେଇନାହାଁନ୍ତି ।