ନକଲି ଜନ୍ମ ପ୍ରମାଣ ପତ୍ର ମାମଲାରେ ଫସିଲେ ସମାଜବାଦି ପାର୍ଟି ନେତା ଆଜମ ଖାନ । ପୁଅ, ସ୍ତ୍ରୀ ସହ ଦୋଷୀ ସାବ୍ୟସ୍ତ ପରେ ପରିବାରକୁ ୭ବର୍ଷର ଜେଲ ଦଣ୍ଡ

167

କନକ ବ୍ୟୁରୋ : ନକଲି ଜନ୍ମ ପ୍ରମାଣ ପତ୍ର ମାମଲାରେ ଫସିଲେ ସମାଜବାଦି ପାର୍ଟିର ବରିଷ୍ଠ ନେତା ଆଜମ ଖାନ । ଆଜମ ଖାନ, ପୁଅ ଅବଦୁଲ୍ଲା ଆଜମ, ପତ୍ନୀ ତଂଜିମ ଫାତିମା ଦୋଷୀ ପ୍ରମାଣିତ ହେବା ପରେ ୩ଜଣଙ୍କୁ ୭ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବିଜେପି ନେତା ଆକାଶ ସକସେନା ପ୍ରମାଣ ଆଧାରରେ ଆଜମ ଓ ତାଙ୍କ ପରିବାର ନାଁରେ ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟ ଆଜମ ଓ ପରିବାରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ପୁଅ ଅବଦୁଲ୍ଲାଙ୍କ ନାଁରେ ଦୁଇଟି ନକଲି ଜନ୍ମ ପ୍ରମାଣ ରହିଥିବା ଅଭିଯୋଗ ରହିଛି ।