ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ : ସିନେମା ହଲ ଭିତରେ ସେଜି ସିଂ ସାଲୁଜା ଗଣ୍ଡଗୋଳ କରୁଥିବା ଅଭିଯୋଗ

297

କନକ ବୁରୋ : ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ । କଂଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ବିଧାୟକଙ୍କ ପୁଅର ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏପରିକି ପୁଲିସ ସହିତ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ପୋଲିସ ବିଧାୟକଙ୍କ ପୁଅ ସେଜି ସିଂହ ସାଲୁଜାଙ୍କୁ ଗିରଫ କରି ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି ।

ଦୁଇ ତିନିଦିନ ଆଗରୁ ଆଲିସାନ ହୋଟେଲରେ ଅମିତ ଓରଫ ସେଜି କୌଣସି କାରଣକୁ ନେଇ ଉଚ୍ଚବାଚ ହୋଇଥିଲା । ଯାହାର ପରିଣାମ ବୁଧବାର ସଂଧ୍ୟାରେ ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ପରେ ଘଟଣାସ୍ଥଳରେ ପୁଲିସ ପହଂଚିଥିଲା ବୋଲି ଜଣାପଡ଼ିଛି । ଏ ନେଇ ବିଧାୟକ କିମ୍ବା ତାଙ୍କ ପୁଅ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କିଛିଦିନ ପୂର୍ବରୁ ଜିଲ୍ଲାରେ ଫଣ୍ଡ କାଟିବାକୁ ନେଇ ଜିଲ୍ଲାପାଳ ଓ ବିଧାୟକ ସାଲୁଜାଙ୍କ ଯୁକ୍ତିତର୍କ ସାମ୍ନାକୁ ଆସିଥିଲା । ପରେ ଜିଲ୍ଲାପାଳଙ୍କ ସମର୍ଥନରେ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ ।