ଅଜଣା ମୃତଦେହକୁ ନେଇ ନନ୍ଦନକାନନ ଥାନା ଓ ବାରଙ୍ଗ ରେଳୱେ ଥାନା ମଧ୍ୟରେ ବିବାଦ

70

କନକ ବ୍ୟୁରୋ : ବାରଙ୍ଗ ପୁରୁଣା ଷ୍ଟେସନ ପାଖରେ ଥିବା ଏକ ନିର୍ମାଣଧୀନ ଘରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତଦେହକୁ ନେଇ ନନ୍ଦନକାନନ ଥାନା ଓ ବାରଙ୍ଗ ରେଳୱେ ଥାନା ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯେଉଁ କାରଣରୁ ମୃତଦେହ ୮ ଘଣ୍ଟା ଧରି ପଡ଼ି ରହିଥିଲା ।

ସ୍ଥାନୀୟ ପୋଲିସ ଏହା ଆମ ଅଞ୍ଚଳରେ ଯାଉନଥିବା କହି ହତ୍ୟାକାଣ୍ଡସ୍ଥଳକୁ ଆସିନଥିଲା । କିନ୍ତୁ ସ୍ଥାନୀୟ ଆରଆଇଙ୍କ ଫିତା ପକାଇ ମାପିବା ପରେ ଘଟଣା ନନ୍ଦନକାନନ ଥାନାର ବୋଲି ସ୍ପଷ୍ଟ ହୋଇଥିଲା । ଯାହା ପରେ ନନ୍ଦନକାନନ ଥାନା ପୋଲିସ ମାମଲା ରୁଜୁ କରିଥିଲା । ପୋଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।