ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ : ଗତବର୍ଷ ତୁଳନାରେ ଚଳିତବର୍ଷ କମିଲା ରେଜଲ୍ଟ

188

କନକ ବ୍ୟୁରୋ : ଗତବର୍ଷ ତୁଳନାରେ ଚଳିତବର୍ଷ କମିଲା ରେଜଲ୍ଟ । ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟରେ ପରୀକ୍ଷା ଫଳ କମିଛି । ବିଜ୍ଞାନରେ ୧୦ପ୍ରତିଶତ, ବାଣିଜ୍ୟରେ ୫ପ୍ରତିଶତ ରେଜଲ୍ଟ କମିଛି । ଗତବର୍ଷ ୭୦ ପ୍ରତିଶତ ସିଲାବସ୍ ଆଧାରରେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ଶତ ପ୍ରତିଶତ ସିଲାବସ୍ ଆଧାରରେ ପରୀକ୍ଷା ହୋଇଥିଲା । ଗତବର୍ଷ ସଂକ୍ଷିପ୍ତ ପ୍ରଶ୍ନ ମାର୍କ ୫୦ ଥିଲା, ଏବର୍ଷ ୩୦ ।

ତେବେ  ବିଜ୍ଞାନରେ ପାସ ହାର ୮୪.୯୩ ପ୍ରତିଶତ । ୭୭ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ୧୪୭୦ ଏକ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ସେହିପରି ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାପଡିଛି । ୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ, ୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୧୯,୫୩୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୧୮୭୪୦ ରେଗୁଲାର ପରୀକ୍ଷାର୍ଥୀ ପାସ କରିଥିବା ବେଳେ  ୭୮୯ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।