କେଉଁ କାମରେ ଲାଗିଥାଏ ଟ୍ରେନ ଛାତରେ ଥିବା ଗୋଲ ଢାଙ୍କୁଣୀ ? ନୂଆ ଟେକ୍ନୋଲୋଜୀ ଥିଲେ ବି ଏହାକୁ କାହିଁକି ହଟାଉ ନାହିଁ ରେଳ ବିଭାଗ ? ଏହି ଗୋଲ ଢାଙ୍କୁଣୀ ନଥିଲେ କଣ ହେବ ଅସୁବିଧା ?

403

କନକ ବ୍ୟୁରୋ : ଭାରତୀୟ ରେଲୱେ ନିଜର ନିୟମ ଏବଂ ନେଟୱର୍କ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରତିଦିନ ଲକ୍ଷାଧିକ ଯାତ୍ରୀ ରେଳଯାତ୍ରା କରିଥାନ୍ତି । ଶସ୍ତା, ଆରାମଦାୟକ ହୋଇଥିବାରୁ ରେଳଯାତ୍ରାକୁ ଦେଶର ଲାଇଫ ଲାଇନ ବୋଲି କୁହାଯାଏ । ଭାରତୀୟ ରେଲୱ ବିଶ୍ୱର ଚତୁର୍ଥ ବୃହତମ ରେଳ ନେଟୱର୍କ ହୋଇଥିବାବେଳେ ଏସୀୟା ମହାଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତରେ ରେଳ ଷ୍ଟେସନର ମୋଟ ସଂଖ୍ୟା ୮ହଜାରରୁ ଅଧିକ ରହିଛି । ପ୍ରତିଦିନ ଅନେକ ଯାତ୍ରୀ ରେଳ ଯାତ୍ରା କରୁଥିବାବେଳେ ଅନେକ ନିୟମ ଏବଂ ଟ୍ରେନ ସମ୍ପର୍କରେ ଜଣା ନଥାଏ । ତେବେ ଆପଣ ରେଳ ଯାତ୍ରା ସମୟରେ ଲକ୍ଷ୍ୟ କରିଥିବେ କି ଛତରେ ଗୋଲ ଗୋଲ ଢ଼ାଙ୍କୁଣୀ ରହିଥାଏ । କେବେ ମନରେ ପ୍ରଶ୍ନ ଉଠିଛି କି, କାହିଁକି ଏଭଳି ରହିଥାଏ । ତେବେ ଆସନ୍ତୁ ଜାଣିବା କାହିଁକି ଏଭଳି ଢ଼ାଙ୍କୁଣୀ ରହିଥାଏ ।

ଟ୍ରେନରେ ରହିଥିବା ଏହି ଗୋଲ କଭର ଗୁଡ଼ିକୁ ଭେଂଟିଲେଟର ବୋଲି କୁହାଯାଏ । ଟ୍ରେନରୁ ଉତାପ ବାହାର କରିବା ପାଇଁ କୋଚ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କାହଁକି ନାଁ ପ୍ରତିଦିନ ବହୁ ସଂଖ୍ୟକ ଲୋକ ରେଳଯାତ୍ରା କରିଥାନ୍ତି । ଟ୍ରେନରେ ମୁଖ୍ୟତଃ ଅଧିକ ଲୋକ ଯାତ୍ରା କରୁଥିବାରୁ କୋଚ ଗୁଡ଼ିକରେ ଅଧିକ ଭିଡ଼ ରହିଥାଏ । ବେଳେ ବେଳେ ଏଭଳି ନିଶ୍ୱାସ ନେବା ପାଇଁ ମଧ୍ୟ କଷ୍ଟସାଧ୍ୟ ହୋଇଥାଏ । ଏଭଳି ପରିସ୍ଥିତିରେ ଛାତରେ ରହିଥିବା ଗୋଲ ଢ଼ାୁଣି ଗୁଡ଼ିକ ଗମର ଉପାତକୁ ବାହାର କରିବାରେ ସହଯୋଗ କରିଥାଏ ।

ଅନେକ ସମୟରେ ଆପଣ ଟ୍ରେନରେ ଯାତ୍ରା କରୁଥିବାବେଳେ ଆଉ ଏକ ଜିନିଷ ଲକ୍ଷ୍ୟ କରିଥିବେ ନିଶ୍ଚୟ । ଟ୍ରେନର ତଳ ଛାତରେ ଜାଲିଗୁଡ଼ିକ ଲାଗିଥାଏ । ତେବେ ଜାଲିରେ ଗୋଲାକାର ଛିଦ୍ରଥିବା ଦେଖାଯାଏ । ଟ୍ରେନ କୋଚ ଉପରେ ଥିବା ପ୍ଲେଟ ଗୁଡ଼ିକ ସହ ଏଗୁଡିକ ସଲଗ୍ନ ରହିଥାଏ । ଏହା ମାଧ୍ୟମରେ ଟ୍ରେନର ଉତାପ ଏବଂ ବାୟୂ ଅତିକ୍ରମ କରିଥାଏ । ଉଷ୍ମ ପବନ ସର୍ବଦା ଉପରକୁ ଉଠିଥାଏ । କୋଚ ଭିତରେ ଥିବା ଭେଂଟିଲେଟର ଗୁଡ଼ିକ ଗରମ ପବନକୁ ଛାତ ଉପର ଦେଇ ବାହାର କରିଥାଏ । ଅନ୍ୟପଟେ ଗୋଲାକାର କିମ୍ବା ଅନ୍ୟ ଆକୃତିର ପ୍ଲେଟଗୁଡ଼ିକ ଛାତ ଭେଂଟିଲେଟର ଉପରେ ରଖାଯାଇଥାଏ । ଯାହାକି ଦୂରରୁ ଏକ ଢ଼ାଙ୍କୁଣୀ ଭଳି ଦୃଶ୍ୟମାନ ହୋଇଥାଏ । ଏଗୁଡ଼ିକ ଗରମ ଉତାପକୁ ବାହାର କରିବା ପାଇଁ ଫିଟ୍ କରାଯାଇଛି ।

ଏବେ ଆପଣଙ୍କ ମନରେ ଆଉ ଏକ ପ୍ରଶ୍ନ ଉଠୁଥିବ କି, ତାହେଲେ ଟ୍ରେନରେ କାହିଁକି ଝରକା ରହିଥାଏ । ଯଦି ଏହି ଭେଂଟିଲେଟର ଦ୍ୱାରା ଗରମ ପବନ ବାହାରକୁ ଯାଉଛି । ତେବେ ବାସ୍ତବରେ ଏକ ପ୍ରକାର ଗରମ ପବନ ଯାହା ଶୀତଳ ପବନଠାରୁ ହାଲୁକା ହୋଇଥାଏ । ଏଣୁ ସବୁବେଳେ ଗରମ ପବନ ଉପରକୁ ଉଠିଥାଏ । ଗରମ ପବନ ୁପରକୁ ଉଠୁଥିବାବେଳେ ଝରକା ଦେଇ ଶୀତଳ ପବନ ଆସିଥାଏ । ଯାହାକି ଯାତ୍ରା ସମୟରେ ଆରାମ ଦାୟକ ହୋଇଥାଏ ବୋଲି କୁହାଯାଏ ।