ଜନତାଙ୍କ କ୍ରୋଧରୁ ବାଦ ପଡିଲେନି ପୋଲିସ! ଏସପି, ଏସଡିପିଓ ଓ ଆଇଆଇସିଙ୍କୁ ଚାରିପଟୁ ଘେରିଯାଇ ଆକ୍ରମଣ କଲେ ପବ୍ଲିକ

41

କନକ ବ୍ୟୁରୋ : ସମ୍ବଲପୁରରେ ପୋଲିସ ବନାମ ଜନତା । ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ ଜନତା । ବଡ କଥା ହେଉଛି ଅଇଁଠାପାଲି ଥାନାରେ ଘଟିଥିବା ଏହି ହିଂସାକାଣ୍ଡରୁ ବାଦ୍ ପଡ଼ି ନାହିଁନ୍ତି ପୁଲିସ ଅଧିକାରୀ । ଏଥିରେ ସମ୍ବଲପୁର ପୁଲିସ ଏସଡିପିଓ ଆହତ ହୋଇଛନ୍ତି । ହାଜତ ମୃତ୍ୟୁକୁ ନେଇ ପୁଲିସ ଉପରେ ଥିବା ରାଗ, ଏକ ବଡ ହିଂସାକାଣ୍ଡ ହୋଇ ସାମ୍ନାକୁ ଆସିଛି ।

sambalpurଏସଡିପିଓଙ୍କୁ ଘେରିଯାଇଛନ୍ତି ଆନ୍ଦୋଳନକାରୀ । ଉତ୍ୟକ୍ତ ଜନତାଙ୍କ ରୋଷର ଶିକାର ହୋଇଛନ୍ତି ଏସଡିପିଓ । ଚାରିପଟୁ ଘେରିଯାଇ ଆକ୍ରମଣ । ପାଖରେ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ହେଲେ ସମସ୍ତେ ନାଚାର୍ । ଆକ୍ରମଣରେ ଏସଡିପିଓ ଅବକାଶ ରାଉତ୍ ଗୁରୁତର ଆହତ ହୋଇଛନ୍ତି । ମୁଣ୍ଡ ଫାଟିଯାଇଛି । ଯିଏ ଯୁଆଡୁ ପାରିଥିଲା, ପୁଲିସ ଉପରେ ରାଗ ଶୁଝାଇଥିଲା । ଯାହା ସ୍ଥିତିକୁ ସାଂଘାତିକ କରିଥିଲା ।

ଏହାପରେ ଏସପିଙ୍କର ପାଳି ପଡିଥିଲା । ଅଇଁଠାପାଲ୍ଲି ଥାନା ପୋଡି ଆଉ ଉତ୍ତେଜନାର ଏହା ଥିଲା ସବୁଠାରୁ ସାଂଘାତିକ ଦିଗ । ଆନ୍ଦୋଳନକାରୀଙ୍କ ରୋଷରୁ ବାଦ୍ ପଡିନଥିଲେ ସମ୍ବଲପୁର ଏସପି ସଂଜୀବ ଆରୋରା । ହିଂସା ବ୍ୟାପିବାର କିଛି ସମୟ ପରେ ଥାନା ପରିସରରେ ପହଂଚିଥିଲେ ଏସପି । ଥାନା ପରିସରରୁ ଅନ୍ୟ ପୁଲିସ କର୍ମୀଙ୍କ ସହାୟତାରେ ଆନ୍ଦୋଳନକାରୀଙ୍କୁ ଘଉଡାଇଥିଲେ । ଜଣଙ୍କୁ ଜଣଙ୍କୁ ଥାନା ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ଆନ୍ଦୋଳନକାରୀଙ୍କ କ୍ରୋଧ ଥମିନଥିଲା ।

sambalpurସ୍ଥିତିକୁ ସାମାନ୍ୟ କରିବାକୁ ଉଦ୍ୟମ କରୁଥିବା ସମ୍ବଲପୁର ଏସପିଙ୍କୁ କିନ୍ତୁ ଉତ୍ୟକ୍ତ ଜନତା ଛାଡିବା ମୁଡରେ ନଥିଲେ । କିଛି ସମୟ ଭିତରେ ଆରମ୍ଭ କରିଦେଇଥିଲେ ଯୁକ୍ତିତର୍କ । କଥା ଏତିକିରେ ସରିନଥିଲା । ଆକ୍ରମଣ କରିଥିଲେ ସଂଜୀବ ଆରୋରାଙ୍କ ଉପରେ । ତେବେ ଉପସ୍ଥିତ ଅନ୍ୟ ପୁଲିସ କର୍ମୀ ସ୍ଥିତିକୁ ସମ୍ଭାଳି ନେଇଥିଲେ । ଆଉ କେଇପାଦ ପଛକୁ ଫେରିଥିଲେ ଏସପି ।

ଏସପିଙ୍କ ପରେ ଜନତାଙ୍କ ଟାର୍ଗେଟକୁ ଆସିଥିଲେ ଆଇଆଇସି । ଆକ୍ରମଣକାରୀଙ୍କ ରୋଷରୁ ବାଦ୍ ପଡିନଥିଲେ ହେତରାଜପୁର ଆଇଆଇସି ଯୁଗେଶ ପଣ୍ଡା । ହାଜତ ମୃତ୍ୟୁ ନିଆଁର ତାତିର ହୋଇଥିଲେ ଶିକାର । ସେହିଭଳି ସ୍ଥିତିକୁ ସୁଧାରିବାକୁ ଆସିଥିବା ଯବାନ ବି ଲୋକଙ୍କ ଆକ୍ରମଣକୁ ସାମ୍ନା କରିଥିଲେ । କାହା ଉପରେ ପଥର ମାଡ ହୋଇଥିଲା ତ ଆଉ କାହାକୁ ଠେଲାପେଲା । ଲାଠିମାଡ ଅଉ ଫାଙ୍କା ଗୁଳିଚାଳନା କରି ପରିସ୍ଥିତିକୁ ସୁଧାରିଥିଲା ପୁଲିସ ।