ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି : ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ରହିଛି ୧୦ ଡିଗ୍ରୀ ତଳେ

26

କନକ ବ୍ୟୁରୋ : ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି ରହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ କାଲୁଆ ପବନରେ ଦେହ ହାତ ଥରିଯାଉଛି । ଦିନ ୧୧ଟା ପର୍ଯ୍ୟନ୍ତ ଶୀତ ଛାଡୁନି । ସକାଳୁ ସକାଳୁ ୧୦ରୁ ୧୫ କିଲୋମିଟର ବେଗରେ ଉତରା ପବନ ବହୁଛି । ଉପକୂଳ ଅଂଚଳ ସାଙ୍ଗକୁ ପଶ୍ଚିମ ଓଡିଶାରେ ବି ହାଡଭଙ୍ଗା ଶୀତର ପ୍ରକୋପ ଜାରି ରହିଛି ।

ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର ଓ ବାରିପଦାରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ମଧ୍ୟରେ ରହିଛି । ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ଏଭଳି ଶୀତଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶୀତ ଋତୁ ବିଦାୟ ନେବା ପୂର୍ବ ରୁ ତାର ପ୍ରକୋପ ଦେଖାଉଛି । ଗତ ତିନି ଦିନ ହେବ ପ୍ରବଳ ଥଣ୍ଡା ପଡୁଛି । ଫୁଲବାଣି ,ଦାରିଙ୍ଗବାଡିକୁ ମଧ୍ୟ ଚଳିତ ବର୍ଷ ଟପିଗଲାଣି ଥଣ୍ଡା ହେଲେ ଡିସେମ୍ବର ୨୫ ରୁ ସୁନ୍ଦରଗଡ ର ତାପମାତ୍ରା ୭ ରୁ ବଢିବାକୁ ନାଁ ନେଉନଥିବା ବେଳେ ଆଜି ଏହା ଖସି ୫ ରେ ପହଚିଂଛି । ଥଣ୍ଡା ଓ ଶୁଷ୍କ ପବନ ପ୍ରଭାବରେ ପ୍ରବଳ ଜାଡ ଅନୁଭୂତ ହେଉଛି । ଦିନ ୧୧ ଟା ଯାଏ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି ।