ଆଜି ରାକ୍ଷୀ ପୂର୍ଣ୍ଣମୀ ! ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ

42

କନକ ବ୍ୟୁରୋ: ଆଜି ପବିତ୍ର ରକ୍ଷାବନ୍ଧନ ତଥା ଗହ୍ମାପୂର୍ଣ୍ଣିମା । ଓଡିଶାର ସଂସ୍କୃତି ଓ ପରମ୍ପରାରେ ଏହି ପର୍ବର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡିଶାର ଜନସାଧାରଣଙ୍କୁ ରାକ୍ଷୀପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଟୁଇଟର୍‌ ଜରିଆରେ ଓଡିଶାବାସୀଙ୍କୁ ଶୁଭକାମନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ରାକ୍ଷୀପୂର୍ଣ୍ଣିମା ଅବସରରେ ମୋର ସମସ୍ତ ଭାଇଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା । ବିଭିନ୍ନ ସ୍କୁଲର ଛାତ୍ରୀ ଓ ସଙ୍ଗଠନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବନ୍ଧାଯାଇଥିଲା । ଏଥିପାଇଁ ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ ଉଷାଦେବୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିଥିଲେ ।

ସେହିପରି ବିଜେପି ନେତା ବିଜୟ ମହାପାତ୍ରଙ୍କୁ ବି ରାକ୍ଷୀ ବାନ୍ଧିଛନ୍ତି ସ୍କୁଲ ଛାତ୍ରୀ । ଭୁବନେଶ୍ୱରରେ ବିଭିନ୍ନ ସ୍କୁଲର ଛାତ୍ରୀ ବିଜୟଙ୍କୁ ଭେଟି ରାକ୍ଷୀ ବାନ୍ଧିବା ସହ ତାଙ୍କର ଆଶୀର୍ବାଦ ନେଇଛନ୍ତି । ଆଉ ରାକ୍ଷୀ ବନ୍ଧାଇବା ପରେ ଛୋଟ ପିଲାମାନଙ୍କ ଶୁଭକାମନା କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ବିଜୟ ମହାପାତ୍ର ।